ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍‌ର ସୁଯୋଗ, ମାସିକ ମିଳିବ ୧୦ ହଜାର ଟଙ୍କା

ବିଇ ଓ ବି.ଟେକ୍‌ ଡିଗ୍ରୀଧାରୀଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍‌ ସୁଯୋଗ। ଏହି ସୁବର୍ଣ୍ଣ ଦେଉଛି AICTE। (AICTE) ପକ୍ଷରୁ ଏଆଇସିଟିଇ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି ଇଣ୍ଟର୍ଣ୍ଣସିପ୍‌ ୨୦୨୨ (AICTE Information Technology Internship 2022) ଘୋଷଣା କରାଯାଇଛି। AICTE Information Technology Internship 2022 ହେଉଛି ଅଲ ଇଣ୍ଡିଆ କାଉନ୍‌ସିଲ ଫର ଟେକ୍ନିକାଲ ଏଜୁକେସନ୍‌ (AICTE) ଦ୍ୱାରା ଆରମ୍ଭ ହୋଇଥିବା ଏକ ଇଣ୍ଟର୍ଣ୍ଣସିପ୍‌ କାର୍ଯ୍ୟକ୍ରମ। ଏଥିପାଇଁ ବିଇ/ବି.ଟେକ୍‌ ଡିଗ୍ରୀଧାରୀ ଆବେଦନ କରିପାରିବେ। ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ଉତ୍ତର ପ୍ରଦେଶସ୍ଥିତ ବାରଣାସୀ ସ୍ମାର୍ଟ ସିଟି (Varanasi Smart City) ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ।

ଇଣ୍ଟର୍ଣ୍ଣସିପ୍‌ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ଏଥିପାଇଁ ମାସିକ ୧୦,୦୦୦ ଟଙ୍କା ଷ୍ଟାଇପେଣ୍ଡ ଆକାରରେ ଦିଆଯିବ। ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ଆବେଦନ ପ୍ରକିୟା ଆରମ୍ଭ ହୋଇ ସାରିଲାଣି। ଇଚ୍ଛୁକ ପ୍ରାର୍ଥୀ ୩୦ ଜୁନ୍‌ ୨୦୨୨ ପୂର୍ବରୁ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ କେବଳ ଅନ୍‌ଲାଇନ୍‌ରେ ହିଁ ଆବେଦନ କରିପାରିବେ।

ଏହି ଇଣ୍ଟର୍ଣ୍ଣସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ଇଂରାଜୀ ଜ୍ଞାନ ଥିବା ଆବଶ୍ୟକ। ସେ ଇଂରାଜୀରେ ଭଲ ଭାବେ ଲେଖିବା ସହ କଥା କହିପାରୁଥିବା ଦରକାର। ସେହିପରି ପ୍ରାର୍ଥୀଙ୍କର ଭଲ କମ୍ୟୁନିକେସନ୍‌ ସ୍କିଲ୍‌ ମଧ୍ୟ ଥିବା ଆବଶ୍ୟକ। ଏଥିସହ ସେ ଲୋକଙ୍କ ସହ ଭଲରେ ଯୋଗାଯୋଗ କରିବା ସହ ସମସ୍ୟା ସମାଧାନ କରିପାରୁଥିବା ଦରକାର।

Aicte

ସଂସ୍ଥାର ନାମ:

ଅଲ ଇଣ୍ଡିଆ କାଉନ୍‌ସିଲ ଫର ଟେକ୍ନିକାଲ ଏଜୁକେସନ୍‌ (AICTE)

ଇଣ୍ଟର୍ଣ୍ଣସିପ୍‌ ନାମ:

ଏଆଇସିଟିଇ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି ଇଣ୍ଟର୍ଣ୍ଣସିପ୍‌ ୨୦୨୨ (AICTE Information Technology Internship 2022)

ପଦ ସଂଖ୍ୟା:

ଯୋଗ୍ୟତା:

  • ବିଇ/ବିଟେକ୍‌/ ବିଇ,ବିଟେକ୍‌ ସ୍ନାତକ
  • କମ୍ପ୍ୟୁଟର ସାଇନ୍ସ, ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି, ଇନ୍‌ଫର୍ମେସନ୍‌ ସାଇନ୍ସ ଓ ଇଞ୍ଜିନିୟରିଂ କୋର୍ସ କରିଥିବା ଆବଶ୍ୟକ।
  • ଇଂରାଜୀ ଜ୍ଞାନ ଥିବା ଆବଶ୍ୟକ (Fluency in English)
  • ଉନ୍ନତ କମ୍ୟୁନିକେସନ୍‌ ସ୍କିଲ୍‌ ଥିବା ଦରକାର (Excellent Communication)
  • ଭଲରେ ଯୋଗାଯୋଗ କରିପାରୁଥିବେ (Communication)

ଇଣ୍ଟର୍ଣ୍ଣସିପ୍‌ ଅବଧି:

୧୦ ସପ୍ତାହ

ଷ୍ଟାଇପେଣ୍ଡ୍‌:

ମାସିକ ୧୦,୦୦୦ ଟଙ୍କା

ଏହି ଇଣ୍ଟର୍ଣ୍ଣସିପ୍‌ ଟୁଲିପ୍‌ ହ୍ୟାଣ୍ଡ୍‌ ବୁକ୍‌ ଓ ଟୁଲିପ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରଦାନ କରାଯିବ।

Also Read: ପ୍ରଭାସଙ୍କ ମୋଟାପଣ ଯୋଗୁ ଚିନ୍ତାରେ ନିର୍ଦ୍ଦେଶକ, ବନ୍ଦ କଲେ ଫିଲ୍ମ ସୁଟିଂ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.