ଏବେ ବଜାରରେ ସାମସଙ୍ଗର ନୂଆ ଏମ୍ ସିରିଜ୍‌ ଫୋନ୍ ‘Galaxy M20 ଓ Galaxy M10’

ସାମସଙ୍ଗ ଇଲେକଟ୍ରୋନିକ୍ସର ନୂଆ ଫୋନ୍ । ସାମସଙ୍ଗ ଏହାର ଏମ୍ ସିରିଜ୍‌ରେ ଦୁଇ ଦୁଇଟି ‌ନୂଆ ମଡେଲ ଫୋନ୍ ଆଣିଛି ।  ଯାହା ହେଉଛି ଏମ୍‌୨୦ ଏବଂ ଏମ୍‌୧୦ । ଯେଉଁ ଫୋନର ମୂଲ୍ୟ ୭୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ତେବେ ଫେବ୍ରୁଆରି ୫ ତାରିଖରୁ ଏହି ଫୋନର ବିକ୍ରି ଅନଲାଇନରେ ଆରମ୍ଭ ହୋଇଯିବ।

ଏମ ୧୦ ଫୋନ୍‌ ଓ ଏମ୨୦ ଫୋନ :

ଏହି ଏମ ୧୦ ଫୋନ୍‌ରେ ୬.୨ ଇଞ୍ଚର ଡିସପ୍ଲେ ରହିଥିବା ସହ ୩୪୦୦ ମିଲିଆମ୍ପିଅର ବ୍ୟାଟେରି ରହିଛି ।  ୧୩ ମେଗାପିକ୍ସେଲ ଓ ୫ ପିକ୍ସେଲର ଦୁଇଟି ରିଅର କ୍ୟାମେରା ଏବଂ ୫ ମେଗା ପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଏହାସହିତ ୨ଜିବି ରାମ୍/୧୬ ଜିବି ଇଣ୍ଟରନାଲ ମେମୋରି ଏବଂ ୩ଜିବି ରାମ୍/୩୨ ଜିବି ମେମୋରି ସହିତ ଏହି ଫୋନ ଆସିଛି। ସେହିଭଳି ଏମ୨୦ ଫୋନରେ ୬.୩ ଇଞ୍ଚର ଡିସପ୍ଲେ ରହିଛି । ୫ ହଜାର ମିଲିଆମ୍ପିଅରର ବ୍ୟାଟେରି ସହିତ ୮ ମେଗା ପିକ୍ସେଲର କ୍ୟାମେରା ରହିଛି ।

ଏହାସହ ପଢନ୍ତୁ : ୪୮ ମେଗାପିକ୍ସଲ କ୍ୟାମେରା ସହ ଲଞ୍ଚ ହେଲା ଅନର ଭିୟୁ ୨୦ , ଜାଣନ୍ତୁ କେତେ ରହିଛି ମୂଲ୍ୟ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.