SBI ଗ୍ରାହକ ଧ୍ୟାନ ଦିଅନ୍ତୁ, ନିଜ ଗ୍ରାହକଙ୍କ ପାଇଁ ଜାରି କଲା ଆଲର୍ଟ

କଣ ଆପଣ ଏସବିଆଇ ଗ୍ରାହକ। କଣ ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆକାଉଣ୍ଟ ଅଛି, ତାହେଲେ ଏହି ଖବର ଖାସ୍‌ କରି ଆପଣଙ୍କ ପାଇଁ। କାହିଁକିନା ଏସବିଆଇ ତାର ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ତେବେ ବ୍ୟାଙ୍କ ତାର ଗ୍ରାହକଙ୍କ ପାଇଁ କଣ ଆଲର୍ଟ କରିଛି ଏବଂ କାହିଁକି ବ୍ୟାଙ୍କ ଏପରି ନିଷ୍ପତ୍ତି ନେଲା ତାହା ବିଷୟରେ ଆଜି ଏ ଭିଡିଓରେ ଜାଣନ୍ତୁ।

ଏସବିଆଇ ସବୁବେଳେ ତାର ଗ୍ରାହକଙ୍କ ସୁରକ୍ଷା ପାଇଁ ତତ୍ପର ଥାଏ। ଯାହାଦ୍ୱାରା ଗ୍ରାହକଙ୍କ ଆକାଉଣ୍ଟକୁ ପ୍ରବେଶ କରିବା ପାଇଁ ଫିସିଂ, ହ୍ୟାକିଂ କିମ୍ବା ଜାଲିଆତି ପ୍ରୟାସକୁ ଚିହ୍ନଟ କରି ସେମାନଙ୍କ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ସର୍ବଦା ସଜାଗ ରହିଆସିଛି ଏସବିଆଇ |

ଗତ କିଛି ଦିନ ମଧ୍ୟରେ ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଟେକ୍ସଟ ମେସେଜକୁ ଲୁଚାଇବା ଏବଂ ଗ୍ରାହକଙ୍କୁ ଠକିବା ଭଳି ମାମଲା ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ସମସ୍ତ ବ୍ୟାଙ୍କ ଗ୍ରାହକଙ୍କୁ ଅପଡେଟ୍ ରଖିବା ପାଇଁ ମେସେଜ୍‌ ପଠାନ୍ତି | ଗ୍ରାହକ ପାଇଥିବା ମେସସେଜ୍‌ ବ୍ୟାଙ୍କ ତରଫରୁ ପଠାଯାଇଛି ନା ନାହିଁ ଏହାକୁ ଜାଣିବା ପାଇଁ ବ୍ୟାଙ୍କ କିଛି ଟିପ୍ସକୁ ଆପଣଙ୍କ ସହ ସେୟାର କରିଛି।

ଏସବିଆଇ ତାର ଟ୍ଵିଟର ହ୍ୟାଣ୍ଡେଲରେ ଟ୍ଵିଟ କରି ଏହା ସୂଚନା ଦେଇଛି ଯେ କାହା ମେସେଜ୍‌ ଖୋଲିବା ପୂର୍ବରୁ ପଢ଼ିବା ପୂର୍ବରୁ ଏହା ପ୍ରଥମେ ଜାଣନ୍ତୁ ଯେ ଏହି ମେସେଜ୍‌ କେତେ ସତ। ବ୍ୟାଙ୍କ କହିଛି ଯେ SBI ଗ୍ରାହକମାନେ ସର୍ବଦା ‘SBI / SB’ ରୁ ଆରମ୍ଭ ହେଉଥିବା ସର୍ଟକୋଡ୍ ଯାଞ୍ଚ କରିବା ଉଚିତ୍, ଉଦାହରଣ ସ୍ୱରୂପ SBIBNK, SBIINB, SBIPSG ଏବଂ SBINO। ବ୍ୟାଙ୍କ ଏହାର ଆକାଉଣ୍ଟଧାରୀ ଏବଂ ଅନ୍ୟ ଗ୍ରାହକଙ୍କୁ ସତର୍କ କରାଇଦେଇଛି ଯେ କୌଣସି ବି ଅଜଣା ସୋର୍ସରୁ ଆସିଥିବା ମେସେଜରେ ନିଜର ମତାବତ ଦିଅନ୍ତୁ ନାହିଁ।

ବ୍ୟାଙ୍କ ଗ୍ରାହକଙ୍କ ସୁରକ୍ଷା ପାଇଁ ପ୍ରତିଦିନ ଆଲର୍ଟ ଜାରି କରିଆସୁଛି। ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରଖିବାକୁ ଏସବିଆଇ ଚେଷ୍ଟା ଜାରି ରଖିଛି। ଆଉ ଏଥିପାଇଁ ବ୍ୟାଙ୍କ ଏହାର ଟ୍ୱିଟର ହ୍ୟାଣ୍ଡେଲ ଏବଂ ଏମଏମଏସ ମାଧ୍ୟମରେ ଗ୍ରାହକଙ୍କୁ ଆଲର୍ଟ କରୁଛି।

ତେବେ ଏସବିଆଇ ଗ୍ରାହକଙ୍କ ସୁବିଧା ପାଇଁ ‘ଗ୍ରାହକ କେୟାର ନମ୍ବର’ ମଧ୍ୟ ଜାରି କରିଛି। ଆପଣଙ୍କୁ କୌଣସି ସମସ୍ୟା ହେଲେ କିମ୍ବା କୌଣସି କଥାକୁ ନେଇ ଦ୍ୱନ୍ଦରେ ଥିଲେ ଆପଣ ସୂଚନା ପାଇବା ପାଇଁ କଷ୍ଟମର କେୟାର ନମ୍ବର୍ସ 1800 11 2211, 1800 425 3800 କିମ୍ବା 080 26599990ରେ ସମ୍ପର୍କ କରି ବ୍ୟାଙ୍କ ସମ୍ଭନ୍ଧୀୟ କୌଣସି ବି ବିବରଣୀ ସହଜରେ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.