SSC CHSL 2020 :କେନ୍ଦ୍ର ସରକାରଙ୍କ ଏସବୁ ବିଭାଗରେ ଖାଲି ପଡ଼ିଛି ବହୁ ସଂଖ୍ୟକ ପଦବୀ, ଦ୍ୱାଦଶ ପାସ୍‌ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଦ୍ୱାଦଶ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ଚୟନ ଆୟୋଗ ବା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ କମ୍ବାଇଣ୍ଡ ହାୟର ସେକେଣ୍ଡାରୀ ଲେବଲ ଏଗ୍‌ଜାମ୍‌ ୨୦୨୦(CHSL) ପାଇଁ ନୋଟିଫିକେସନ୍‌ ଜାରି କରିଛି। ଅଫିସିଆଲ ୱେବ୍‌ସାଇଟ୍‌ ssc.nic.in ରେ ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇସାରିଛି।

ପଦ ନାମ:

ଲୋୟର ଡିଭିଜନ କ୍ଲର୍କ(LDC)
ଜୁନିୟର ସେକ୍ରେଟାରୀଏଟ୍‌ ଆସିଷ୍ଟାଣ୍ଟ
ପୋଷ୍ଟାଲ ଆସିଷ୍ଟାଣ୍ଟ
ସର୍ଟିଂ ଆସିଷ୍ଟାଣ୍ଟ
ଡାଟା ଏଣ୍ଟ୍ରି ଅପରେଟର୍ସ

ଯୋଗ୍ୟତା:

ଦ୍ୱାଦଶ ପାସ୍‌

ଆବେଦନ ଶୁଳ୍କ:

ମହିଳା, ଦିବ୍ୟାଙ୍ଗ, ଏସ୍‌ସି, ଏସ୍‌ଟି ଓ ଏକ୍ସ ସର୍ଭିସ ମ୍ୟାନ୍‌ଙ୍କ ପାଇଁ ମାଗଣା। ଅନ୍ୟ ସମସ୍ତଙ୍କ ପାଇଁ ୧୦୦ ଟଙ୍କା।

ବୟସ:

୧୮ରୁ ୨୭ ବର୍ଷ
ସଂରକ୍ଷିତ ବର୍ଗଙ୍କ ପାଇଁ ୧୫ ବର୍ଷ ଯାଏଁ ଛାଡ଼

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ଆରମ୍ଭ-୬ ନଭେମ୍ବର ୨୦୨୦
ଆବେଦନ ଶେଷ-୧୫ ଡିସେମ୍ବର ୨୦୨୦ (ରାତି ୧୧.୩୦ ପର୍ଯ୍ୟନ୍ତ)
ଅନ୍‌ଲାଇନ୍‌ ଫିସ୍‌ ପେମେଣ୍ଟର ଶେଷ ତାରିଖ- ୧୭ ଡିସେମ୍ବର ୨୦୨୦ (ରାତି ୧୧.୩୦ ପର୍ଯ୍ୟନ୍ତ)
ଅଫ୍‌ଲାଇନ୍‌ ଚାଲାଣ ଜେନେରେଟ୍‌ କରିବାର ଶେଷ ତାରିଖ- ୧୯ ଡିସେମ୍ବର ୨୦୨୦(ରାତି ୧୧.୩୦ ପର୍ଯ୍ୟନ୍ତ)
ଚାଲାଣ ମାଧ୍ୟମରେ ଫିସ୍‌ ପେମେଣ୍ଟ କରିବାର ଶେଷ ତାରିଖ- ୨୧ ଡିସେମ୍ବର ୨୦୨୦

ପରୀକ୍ଷା:

କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା (ଟାୟାର ୧)- ୧୨ ଏପ୍ରିଲ ୨୦୨୧ରୁ ୨୭ ଏପ୍ରିଲ ୨୦୨୧ ଯାଏଁ
ଟାୟାର ୨- ପରୀକ୍ଷା ତାରିଖ- ପରେ ଘୋଷିତ ହେବ

ଆବେଦନ ପାଇଁ https://rb.gy/kchkhh ରେ କ୍ଲିକ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.