SBIରେ ଅଛି କି ଖାତା ? ଛୁଟି କାଟିବାକୁ ଚାହୁଁଛନ୍ତି ତ ଏହିପରି ଭାବେ ସଞ୍ଚୟ କରନ୍ତୁ ଟଙ୍କା

ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଖାତା ରହିଛି ତେବେ ଆପଣ ଛୁଟି କାଟିବା ପାଇଁ ଏହିପରି ଭାବରେ ଟଙ୍କା ସଞ୍ଚୟ କରିପାରିବେ। ଦେଶର ସବୁଠୁ ବଡ ବ୍ୟାଙ୍କ୍‌ ଏସବିଆଇ ଟୁର ଏଣ୍ଡ ଟ୍ରାଭେଲ କମ୍ପାନୀ ଥମାସ କୁକ୍‌ ସହିତ ମିଶି ଛୁଟିରେ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ‘ହୋଲିଡେ ସେଭିଙ୍ଗ୍ସ ଆକାଉଣ୍ଟ’କୁ ଜାରୀ କରୁଛନ୍ତି। ଏହି ସ୍କିମ୍‌ ଦ୍ୱାରା ନିବେଶକ ଏସବିଆଇ ସହିତ ଆରଡି ଭାବରେ ମାସିକ ଟଙ୍କାର ସଞ୍ଚୟ କରିପାରିବେ।

ଏହା ଜରିଆରେ ଥମାସ କୁକ୍‌  ୱେବ୍ସାଇଟରେ ‘ହୋଲିଡେ ସେଭିଂ ଆକାଉଣ୍ଟ’ ଦ୍ୱାରା ଲାଟେଷ୍ଟ ଭେକେସନ ପ୍ୟାକେଜର ଫାଇଦା ଉଠାଇପାରିବେ। ଏସିବିଆର sbi.co.in ୱେବ୍ସାଇଟ ଅନୁସାରେ ଇ-ଆରଡି ସେହି ନାମରେ ଖୋଲିବ ଯେଉଁ ନାମରେ ଆପଣଙ୍କ ବ୍ୟାଙ୍କ ଖାତାରେ ରହିଥିବ। ଏହି ଆକାଉଣ୍ଟରୁ ହୋଲି ଡେ ସେଭିଂ ଆକାଉଣ୍ଟରେ ଆମାଉଣ୍ଟ ଜମା ହେବ।

sbi_sabing

ମ୍ୟାଚୋରିଟୀ ଅବଦ୍ଧି

ବ୍ୟାଙ୍କର ୱେବ୍ସାଇଟ ଅନୁସାରେ ଏହି ଏସବିଆଇ ହୋଲିଡେ ସେଭିଂ ଆକାଉଣ୍ଟର ଅବଦ୍ଦି ୧୨ ମାସ ପଯ୍ୟର୍ନ୍ତ ରହିଛି । ଏଥିରେ ଜମା କରାଯାଇଥିବା ଟଙ୍କାର ନିର୍ଦ୍ଧାରଣ ଥମାସ କୁକ୍‌ ପକ୍ଷରୁ କରାଯିବ। ଏହି ଟଙ୍କା କଷ୍ଟମର ଚ ୟନ କରିଥିବା ହୋଲିଡେ ପ୍ୟାକେଜ୍‌ ଆଧାରରେ ହେବ।

ସୁଧ ଦର

ଏସିବିଆଇର ହୋଲିଡେ ସେଭିଂ ଆକାଉଣ୍ଟରେ ୧୨ ମାସ ପାଇଁ ପ୍ରଚଳିତ ହେଉଥିବା ସୁଧ ଦର ଆଧାରରେ ହିଁ ସୁଧ ଦିଆଯିବ। ଏବେ ଏସବିଆଇ ପକ୍ଷରୁ ଆରଡି ଉପରେ ଗୋଟେ ବର୍ଷରୁ ନେଇ ଦୁଇ ବର୍ଷରୁ କମ୍‌ ପଯ୍ୟର୍ନ୍ତ ଅବଦ୍ଧି ଉପରେ ୬.୮ ପ୍ରତିଶତ ଦରରେ ସୁଧର ପେମେଣ୍ଟ କରାଯାଉଛି। ଯଦି କଷ୍ଟମର ସିନିୟର ସିଟିଜେନ କ୍ୟାଟୋଗୋରୀରେ ଯାଉଥାନ୍ତି ତେବେ ତାଙ୍କୁ ଆରଡି ଆକାଉଣ୍ଟରେ ଅତିରିକ୍ତ ଦରରୁ ସୁଧ ଦିଆଯିବ। ଏଥିପାଇଁ କଷ୍ଟମରଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ।

sbi_nowଟିଡିଏସ

ଏହି ଆରଡିରେ ଟିଡିଏସ ମଧ୍ୟ କଟାଯିବ,ଯାହା କଷ୍ଟମ ଇନଫରମେସନ ଫାଇଲ (ସିଆଇଏଫ୍‌ ) ରେ ଆଧାରିତ ହେବ। ଏସବିଆଇ ଅନୁସାରେ ମ୍ୟାଚୁରିଟୀ ସମୟରେ ଥମାସ କୁକକୁ ଟ୍ରାନ୍ସଫର କରାଯାଉଥିବା ଟଙ୍କା ଉପରେ ଟିଡିଏସ ଆପ୍ଲିକେସନକୁ କମ୍‌ କରାଯାଇପାରେ।

ପେମେଣ୍ଟରେ ଡେରି ହେଲେ ଦେବାକୁ ହେବ ଜରିମାନା

ଆରଡିର କିସ୍ତିର ପେମେଣ୍ଟ କରିବାରେ ଡେରୀ କଲେ ସବୁ ମାସ ୧୦୦ ଟଙ୍କାରେ ୧.୫୦ଟଙ୍କା ଜରିମାନା ଲାଗିବ। ସେହିଭଳି ସମୟ ପୂର୍ବରୁ ଇ-ଆରଡି ଆକାଉଣ୍ଟ ବନ୍ଦ କରିବାର ଅନୁମତି ମଧ୍ୟ ହେବ କିନ୍ତୁ ସମୟ ପୂର୍ବରୁ ବନ୍ଦ କରିବା ଦ୍ୱାରା ଜରିମାନା ମଧ୍ୟ ଲାଗୁ ହେବ। ଯଦି ଏହି ଇ-ଆରଡି ସମୟ ପୂର୍ବରୁ ବନ୍ଦ କରାଯାଉଛି ତେବେ ବଳକା ଟଙ୍କା ସେହି ଖାତାକୁ କ୍ରେଡିଟ କରିଦିଆଯିବ, ଯେଉଁ ଖାତା ଆଧାରରେ ଏହି ଫଣ୍ଡକୁ କରାଯରାଇଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.