ନଶିରୁଦ୍ଦିନ ଶାହାଙ୍କ ‘ ଦ ତାସକେଣ୍ଟ ଫାଇଲ୍ସ’ ଖୋଲିବ ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ

ମୁମ୍ବାଇ : ବର୍ଷର ଆରମ୍ଭ ପଲିଟିକାଲ ଡ୍ରାମା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ରୁ ହୋଇଥିଲା। ଏହାପରେ ‘ଠାକରେ’ ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ଏପ୍ରିଲ ୫ରେ ରିଲିଜ୍ ହେବାକୁ ଯାଉଛି। ଏହା ସହ ଆଉ ଏକ ପଲିଟିକାଲ ଡ୍ରାମା ଫିଲ୍ମ ସିନେମା ଘରକୁ ଖୁବ ଶୀଘ୍ର ଆସିବାକୁ ଯାଉଛି। ଏହି ଫିଲ୍ମଟି ଭାରତରେ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରେ ଆଧାରିତ ଅଛି। ଫିଲ୍ମର ନାମ ‘ଦ ତାସକେଣ୍ଟ ଫାଇଲ୍ସ’ ରଖାଯାଇଛି।

taskant

ଫିଲ୍ମରେ ମୁଖ୍ୟ ଭୁମିକାରେ ନଶରୁଦ୍ଦିନ ଶାହା, ମିଥୁନ ଚକ୍ରବର୍ତ୍ତି, ଶ୍ବେତା ବାସୁ, ପଙ୍କଜ ତ୍ରିପାଠୀ, ବିନୟ, ପାଠକ, ମନ୍ଦିରା ବେଦୀ ଆଦି ନଜର ଆସିବେ। ଫିଲ୍ମଟି ମୋଦିଙ୍କ ବାୟୋପିକ୍ ରିଲିଜ୍ ହେବାର ଠିକ୍ ୭ ଦିନ ପରେ ଅର୍ଥାତ୍ ଏପ୍ରିଲ ୧୨ରେ ରିଲିଜ୍ ହେବାକୁ ଯାଉଛି। ନିକଟରେ ଟ୍ବିଟରେ ଏହାର ପୋଷ୍ଟର ରିଲିଜ୍ କରାଯାଇଛି।


ଫିଲ୍ମର ସତ୍ୟତା ଖୋଜିବାକୁ ଲାଗିଥିଲା ୩ବର୍ଷ

ଜାନୁଆରୀ ୧୦, ୧୯୬୬ ମସିହାରେ ଉଜ୍ବେକିସାନର ତାସକେଣ୍ଟ ସହରରେ ଭାରତ ପାକିସ୍ତାନ ମଧ୍ୟରେ ଶାନ୍ତି ବୁଝାବଣା ହୋଇଥିଲା। ଏହି ବୁଝାବଣାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ୧୧ ଜାନୁଆରୀ ଦିନ ଶାସ୍ତ୍ରୀଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ହୋଇଯାଇଥିଲା। ଫିଲ୍ମମେକର ଏବଂ ଟିମ୍ ବିଗତ ୩ ବର୍ଷ ହେବ ଏହି ଘଟଣା ସମ୍ବନ୍ଧୀୟ ସତ୍ୟତାର ଖୋଜ କରୁଥିଲା। କାହିଁକା ନା ସରକାରଙ୍କ ପାଖରେ ମଧ୍ୟ ସରକାରଙ୍କ ସମ୍ବନ୍ଧୀୟ କୌଣସି ତଥ୍ୟ ରହିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.