TCS ‘ସ୍ମାର୍ଟ ହାୟରିଙ୍ଗ୍‌ ପ୍ରୋଗ୍ରାମ୍‌’ ଜରିଆରେ ନୂଆ ସ୍ନାତକଧାରୀଙ୍କୁ ଦେବ ରୋଜଗାର, ନଭେମ୍ବର ୨ ସୁଦ୍ଧା ରେଜିଷ୍ଟ୍ରେଶନ

ଟାଟା କନ୍‌ସଲ୍ଟେନ୍ସି ସର୍ଭିସେଜ୍‌(TCS) ନଭେମ୍ବରରେ ନିଜର ‘ସ୍ମାର୍ଟ ହାୟରିଙ୍ଗ୍‌ ପ୍ରୋଗ୍ରାମ୍‌’ ମାଧ୍ୟମରେ ପାଖାପାଖି ୩୫,୦୦୦ ନୂଆ ସ୍ନାତକଧାରୀଙ୍କୁ ନିଯୁକ୍ତି ଦେବ। ଦେଶର ସବୁଠାରୁ ବଡ଼ ସଫ୍ଟେଓ୍ଵୟାର ଏକ୍ସପୋର୍ଟର ଚଳିତ ବିତ୍ତୀୟ ବର୍ଷର ପ୍ରଥମ ୬ ମାସରେ ପୂର୍ବରୁ ୪୩,୦୦୦ ନୂଆ ସ୍ନାତକଧାରୀଙ୍କୁ ଭର୍ତ୍ତି କରି ସାରିଛି। ସ୍ମାର୍ଟ ହାୟରିଙ୍ଗ୍‌ ପ୍ରୋଗ୍ରାମ ପାଇଁ ରେଜିଷ୍ଟ୍ରେଶନ ନଭେମ୍ବର ୨ ସୁଦ୍ଧା କରାଯିବ। ନଭେମ୍ବର ୧୯ରେ ଟେଷ୍ଟ୍‍ ହେବ।

TCS, CS / IT ବିଷୟରେ BCA, B.Sc, B. Vocରୁ ପୂର୍ଣ୍ଣକାଳୀନ ସ୍ନାତକଧାରୀଙ୍କୁ ନିଯୁକ୍ତି ଦେବ, ଯେଉଁମାନେ ୨୦୨୦, ୨୦୨୧ ଏବଂ ୨୦୨୨ରେ ଉତ୍ତୀର୍ଣ୍ଣ ହୋଇଥିବେ। B.Sc ଛାତ୍ରଛାତ୍ରୀଙ୍କ ମଧ୍ୟରେ Mathematics, Statistics, Physics, Chemistry, Electronics, Biochemistry, Computer Science ଏବଂ IT ଷ୍ଟ୍ରିମ୍‌ରୁ ପିଲା ନିଯୁକ୍ତ କରାଯିବ। ଯେଉଁମାନେ National Institute of Open Schooling (NIOS)ରୁ ୧୦ମ ଏବଂ ଦ୍ୱାଦଶରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ମଧ୍ୟ ଫୁଲ୍‌-ଟାଇମ୍‌ ଗ୍ରାଜୁଏଶନ ହୋଇଥିଲେ ପରୀକ୍ଷା ଦେଇପାରିବେ।

ଆବେଦକମାନଙ୍କର ସ୍କୁଲ ବୋର୍ଡ ପରୀକ୍ଷା ଏବଂ ସ୍ନାତକ ଶିକ୍ଷା ସମୟରେ ୫ କିମ୍ବା ୫୦ ପ୍ରତିଶତର ସିଜିପିଏ ଥିବା ଉଚିତ। ପରୀକ୍ଷା ସମୟରେ ୨୦୨୨ରେ ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ କେବଳ ଏକ ସକ୍ରିୟ ବ୍ୟାକ୍‌ଲଗର ଅନୁମତି ରହିବ। ଯଦିଓ ନିଯୁକ୍ତି ପାଇବାକୁ ଯୋଗ୍ୟ ହେବା ପାଇଁ ଏହି ବ୍ୟାକ୍‌ଲଗକୁ ମଧ୍ୟ ନିର୍ଦ୍ଧାରିତ ସମୟ ଅବଧି ଭିତରେ କ୍ଲିଅର କରିନେବା ଆବଶ୍ୟକ।

ଆବେଦକମାନଙ୍କୁ ଏହା ମଧ୍ୟ ଘୋଷଣା କରିବାକୁ ହେବ କି, ସେମାନଙ୍କ ପାଖରେ ଶିକ୍ଷାରେ କୌଣସି ଅନ୍ତରାଳ ଅଛି କି ନାହିଁ। ଦୁଇ ବର୍ଷରୁ କମ୍‌ ଏକାଡେମିକ୍‌ ଗ୍ୟାପ୍‌କୁ ପ୍ରକ୍ରିୟା ଅନୁମତି ଦେଇଥାଏ। ଏଥି ସହିତ ଆବେଦକମାନଙ୍କର ତାଙ୍କର ଉଚ୍ଚତମ ଯୋଗ୍ୟତାରେ କୌଣସି ବିସ୍ତାରିତ ଶିକ୍ଷା ରହିବା ଦରକାର ନାହିଁ। ସମସ୍ତଙ୍କ ପାଖରେ ନିଜ ମୂଳ ଏକାଡେମିକ୍‌ ଡକ୍ୟୁମେଣ୍ଟ(marksheets and degree certificates) ଥିବା ଦରକାର। ଚୟନ ପ୍ରକ୍ରିୟାରେ ଯେଉଁମାନେ କ୍ୱାଲିଫାଏ କରିବେ, ସେମାନେ Ignite – TCSର ଅଦ୍ୱିତୀୟ ‘Science to Software’ କାର୍ଯ୍ୟକ୍ରମରେ ସାମିଲ ହେବେ, ଯିଏ ନୂଆ ପିଲାଙ୍କୁ ଟ୍ରେଣ୍ଡିଙ୍ଗ୍‌ ଟେକ୍ନୋଲୋଜି ଉପରେ ପ୍ରଶିକ୍ଷିତ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.