ଭାରତରେ ତିଆରି ହେବ Tesla Factory
ଖୁବ ଶୀଘ୍ର ଭାରତରେ ତିଆରି ହେବ Tesla Factory, Electric ଗାଡ଼ିର ଏକ୍ସ ସୋ ରୁମ ଦାମ ରହିପାରେ ୨୦ଲକ୍ଷ ଟଙ୍କା
ଆସିଲା ଏଲନ ମସ୍କକୁ ନେଇ ଆଉ ଏକ ବଡ଼ ଖବର। ଟେସଲା କାର କମ୍ପାନୀ ମୁଖ୍ୟ ଏଲନ ମସ୍କ ଏକ ନୂଆ ଘୋଷଣା କରିବାକୁ ଯାଉଛନ୍ତି। ଏଲନ ମସ୍କଙ୍କ କମ୍ପାନୀ ଟେସଲା ଇଣ୍ଡିଆନ ଇଲେକଟ୍ରିକ କାର ମାର୍କେଟରେ ନିଜର ବେସକୁ ଷ୍ଟ୍ରଙ୍ଗ କରିବା ପାଇଁ ଯୋଜନା କରୁଛି। ଖୁବ ଶୀଘ୍ର ଭାରତରେ ଏହା ନିଜର ମ୍ୟାନୁଫ୍ୟାକ୍ଚରିଂ ପ୍ଲାଣ୍ଟ ବନାଇବାର ପ୍ଲାନିଂ ଚାଲିଛି।
ବିଶ୍ୱର ଟପ୍ ମୋଷ୍ଟ ଇଲେକଟ୍ରିକ କାର ମେକର ଟେସଲା ନିଜର ବକେଟ ଲିଷ୍ଟରେ ଆଗକୁ ନୂଆ ନୂଆ ମଡେଲ ଯୋଡ଼ିବ । ଭାରତକୁ ଏକ୍ପପୋର୍ଟ ବେସ୍ ରୂପରେ ତିଆରି କରିବା ସହ ଏହାକୁ ଇଣ୍ଡୋ ପେସିଫିକ ରିଜନ ଦେଶରେ କାର ପଠାଇବାର ଯୋଜନା କରୁଛି। ଖବର ଅନୁଯାୟୀ ଆସୁଥିବା ସମୟରେ ଭାରତୀୟ ମାର୍କେଟରେ ଟେସଲା ର ଇଲେକଟ୍ରି କାର ୨୦ ଲକ୍ଷ ଟଙ୍କାର ପ୍ରାରମ୍ଭିକ ଦାମରେ ଲଞ୍ଚ କରାଯିବ।
ଅନେକ ଦିନ ଆଗରୁ ଟେସଲା କାରକୁ ଭାରତରେ ଅପେକ୍ଷା କରି ରହିଛନ୍ତି। ତେବେ ଏହାକୁ ନେଇ ଏଲନ ମସ୍କ ଆଗରୁ ପ୍ଲାନିଂ କରିଥିଲେ କିନ୍ତୁ ବର୍ତ୍ତମାନ ଟେସଲା ମୁଖ୍ୟ ଏହି କାମକୁ ସୁନିଶ୍ଚିତ କରାଇବା ପାଇଁ ପ୍ଳାନିଂ କରୁଛନ୍ତି। ସୂଚନା ଅନୁସାରେ ଟେସଲା ଭାରତରେ ପାଖାପାଖି ୫ ଲକ୍ଷ ଇଲେକଟ୍ରିକ କାରର ବାର୍ଷିକ କ୍ଷମତା ବିଶିଷ୍ଟ ଫ୍ୟାକ୍ଟି୍ର ସ୍ଥାପନ କରିବ। ସୂଚନା ଅନୁସାରେ ଟେସଲା କାରର ପ୍ରାରମ୍ଭିକ ଏକ୍ସ ସୋ ରୁମ ଦାମ ୨୦ ଲକ୍ଷ ରହିପାରେ। ଟେସଲା ଓ ଭାରତର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ମଧ୍ୟରେ କଥା ବାର୍ତ୍ତା ଆରମ୍ଭ ହୋଇଛି। ଏମିତିରେ ଏକ ଭଲ ନିଷ୍ପତ୍ତି ନିଆଯାଇପାରେ।
ଯଦି ଏହି ଯୋଜନା ସଫଳ ହୁଏ ତେବେ ଏହା ମୋଦୀ ସରକାରଙ୍କ ମେକ ଇନ ଇଣ୍ଡିଆ ଅଭିଯାନ କୁ ପ୍ରୋତ୍ସାହିତ କରିବ। ମେକ ଇନ ଇଣ୍ଡିଆ ଅନ୍ତର୍ଗତ ଆପଳ ଭଳି କମ୍ପାନୀ ଘରୋଇ ଉତ୍ପାଦନ ପାଇଁ ମୁଖ୍ୟ ରୂପେ ନିବେଶ କରୁଛନ୍ତି। ଆଉ ଏଥିରେ ସେମାନେ ଭାରତକୁ ଏକ୍ସପୋର୍ଟ ରୂପରେ ଉପଯୋଗ କରୁଛନ୍ତି।
ଜାାଣିରଖନ୍ତୁ ଯେ ଟେସଲା ପାଇଁ ଚୀନ ଏକ ବହୁତ ବଡ଼ ବଜାର। ଆଉ ଏବେ ଆମେରିକା କମ୍ପାନୀ ର ନଜର ଭାରତ ଉପରେ ରହିଛି। ଗତ କିଛି ବର୍ଷରେ ଆମେରିକା ଓ ଚୀନର ସମ୍ପର୍କରେ ତିକ୍ତତା ଆସିବା ପରେ ଟେସଲା ଭାରତରେ ବଡ଼ କମ୍ପାନୀ ରୁପେ ଏଣ୍ଟ୍ରି ମାରିବାକୁ ଚାହୁଁଛି। ଏମିତିରେ ଇଣ୍ଡୋ ପେସିଫିକ ଦେଶ ପାଇଁ ଭାରତରେ ଏକ୍ସପର୍ଟ ବେସ ବନାଇବାର ପ୍ଳାନିଂ କରୁଛନ୍ତି। ଏମିତିରେ ଏଲନ ମସ୍କ ମୋଦୀଙ୍କ କାମ କୁ ପ୍ରଂଶସା କରିଥିଲେ ବୋଲି ଶୁଣିବାକୁ ମିଳିଛି। ଏମିତିରେ ଭାରତରେ ଯଦି କମ୍ପାନୀର ମ୍ୟାନୁଫାକ୍ଚରିଂ ଫ୍ୟାକ୍ଟି୍ର ହେଉଛି ତେବେ ଏହା ଭାରତ ଓ ଆମେରିକା ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରାଇପାରିବ।