Below header

ହେଲଦି ସ୍କାଲ୍ପ ପାଇଁ ଆପଣାନ୍ତୁ ଘରୋଇ ଉପାୟ,ମଜବୁତ୍‌ ହେବ କେଶ

ଶୁଷ୍କ ଏବଂ ରୁକ୍ଷ ସ୍କାଲ୍ପ କେଶରେ ରୂପି ସମସ୍ୟା ସୃଷ୍ଟି କରେ ଏହା ସହିତ କେଶକୁ ସୁସ୍ଥ ହେବାରୁ ରୋକିଥାଏ । ଏପରିସ୍ଥିତିରେ କେଶର ମୂଳକୁ ମଜବୁତ୍‌ କରିବା ପାଇଁ ଏବଂ ହେଲଦି ରଖିବା ପାଇଁ ଆପଣ ସ୍କାଲ୍ପ ରୁଟିନ ଆପଣାଇବା ଉଚିତ୍‌ । ନଡ଼ିଆ ଏବଂ ଟି ଟ୍ରି ଅଏଲ ଭଳି ଅନେକ ଘରୋଇ ଉପଚାର ଦ୍ୱାରା ଆପଣଙ୍କର ଡ୍ରାଏ ସ୍କାଲ୍ପର ସମସ୍ୟା ଦୂର ହୋଇପାରିବ ।

ତ୍ୱଚା ଏବଂ ଶରୀରର ଯତ୍ନ ନେବା ଭଳି ସ୍କାଲ୍ପର ଯତ୍ନ ନେବା ମଧ୍ୟ ଆବଶ୍ୟକ ହୋଇଥାଏ । କେଶ ଲମ୍ବା ହେବା, ମଜବୁତ୍‌ ହେବା, ଶାଇନ କରିବାରେ ସ୍କାଲ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଶୁଷ୍କ ଏବଂ ରୁକ୍ଷ ସ୍କାଲ୍ପ କେଶରେ ରୂପି ସମସ୍ୟା ସୃଷ୍ଟି କରେ ଏହା ସହିତ କେଶକୁ ସୁସ୍ଥ ହେବାରୁ ରୋକିଥାଏ । ଏପରିସ୍ଥିତିରେ କେଶର ମୂଳକୁ ମଜବୁତ୍‌ କରିବା ପାଇଁ ଏବଂ ହେଲଦି ରଖିବା ପାଇଁ ଆପଣ ସ୍କାଲ୍ପ ରୁଟିନ ଆପଣାଇବା ଉଚିତ୍‌ । ନଡ଼ିଆ ଏବଂ ଟି ଟ୍ରି ଅଏଲ ଭଳି ଅନେକ ଘରୋଇ ଉପଚାର ଦ୍ୱାରା ଆପଣଙ୍କର ଡ୍ରାଏ ସ୍କାଲ୍ପର ସମସ୍ୟା ଦୂର ହୋଇପାରିବ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ, ଯାହା ଆପଣଙ୍କ ସ୍କାଲ୍ପକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।

ଆଲୋଭେରା ମୁଣ୍ଡର ତ୍ୱଚାକୁ ଆରାମ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଆଲୋଭେରା ରୁକ୍ଷ ଏବଂ ଶୁଷ୍କ ସ୍କାଲ୍ପକୁ ଠିକ କରିବାରେ ସାହାଯ୍ୟ କରିଥାଏ । ଆପଣ ଏହାକୁ କୌଣସି ତେଲରେ ମିଶାଇ କେଶ ମୂଳରେ ଲଗାଇ ହାଲୁକା ମସାଜ୍‌ କରିପାରିବେ ।

ଆପଲ ସାଇଡର ଭିନେଗାରରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ । ଯାହା ଫୁଲା ଏବଂ ଫଙ୍ଗସ୍‌ କମ୍‌ କରିବାରେ ସାହାଯ୍ୟ କରିଥାଏ । ସ୍କାଲ୍ପ ଶୁଶ୍କ ହେବା କାରଣରୁ ଅଧିକାଂଶ ସମୟରେ ମୁଣ୍ଡ କୁଣ୍ଡେଇ ହୋଇଥାଏ ଏହି ଭିନେଗାର ଏଭଳି ସମସ୍ୟାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ଆପଲ ସାଇଡର ଭିନେଗାରକୁ ଗରମ ପାଣିରେ ମିଶାଇ ମୁଣ୍ଡ ସଫା କରିବା ପରେ ଏହାକୁ କେଶରେ ଲଗାନ୍ତୁ ଏବଂ ୧୫ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ପରେ ମୁଣ୍ଡକୁ ଭଲ ଭାବେ ସଫା ପାଣିରେ ଧୋଇ ଦିଅନ୍ତୁ ।

ନଡ଼ିଆ ତେଲ କେଶକୁ ଥଣ୍ଡା କରିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ୍‌ କେ, ଇ ଏବଂ ଅନ୍ୟ ଖଣିଜ ପଦାର୍ଥ ପ୍ରଚୁର ମାତ୍ରାରେ ରହିଥାଏ । ଏହା ମୁଣ୍ଡର ତ୍ୱଚାକୁ ଶୁଷ୍କ ଏବଂ ସଂକ୍ରମଣ ହେବାରୁ ରକ୍ଷା କରିଥାଏ । ଏହା କେଶକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ ।

ମେଥି ଏକ ପ୍ରାକୃତିକ ଉପଚାର ଭାବେ ବ୍ୟବହାର କରାଯାଇଥାଏ । ଏହା ଶୁଷ୍କ ସ୍କାଲ୍ପକୁ ଠିକ କରିବାରେ ସାହାଯ୍ୟ କରିଥାଏ । ମେଥିରେ ଭିଟାମିନ୍‌ ସି, ପୋଟାସିୟମ, ଆୟରନ, ପ୍ରୋଟିନ ଏବଂ ଲେସିଥିନ ଭଳି ପୋଷକ ତତ୍ୱ ରହିଥାଏ । ଏହି ସମସ୍ତ ପୋଷକ ତତ୍ୱ କେଶର ମୂଳକୁ ମଜବୁତ କରିଥାଏ ଏବଂ ସୁସ୍ଥ ରଖିଥାଏ ।

କେଶରେ ଅଧିକ ଗରମ ଜିନିଷର ବ୍ୟବହାର କରନ୍ତୁ ନାହିଁ । ହିଟିଙ୍ଗ ପ୍ରଡକ୍ଟ ଆପଣଙ୍କ କେଶରୁ କୋମଳତା କମ କରିଥାଏ, ଯାହା ଦ୍ୱାରା ଆପଣଙ୍କ କେଶ ଶୁଷ୍କ ହୋଇଯାଏ । କୌଣସି ହିଟିଙ୍ଗ ପ୍ରଡକ୍ଟ ଯେପରିକି, ଆୟରନ, କର୍ଲ, ଷ୍ଟ୍ରେଟନର ଅଧିକ ବ୍ୟବହାର କରିବା ଦ୍ୱାରା କେଶର କ୍ୱାଲିଟି ପ୍ରଭାବିତ ହୋଇଥାଏ । ତେବେ ଯଦି ଆପଣ ଏହାକୁ ଆବଶ୍ୟକ ସମୟରେ ବ୍ୟବହାର କରୁଛନ୍ତି ତେବେ ହିଟ ପ୍ରୋଟେକ୍ସନ ହେୟାର ସିରମ୍‌ ନିଶ୍ଚିତ ଭାବେ ବ୍ୟବହାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.