ଏମିତି ବସ୍‌ ସମସ୍ତଙ୍କୁ ମିଳୁ! କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ କମ୍ପାନୀ ଦେଲା ୧୧ ଦିନର ଛୁଟି…

ନିଜ କର୍ମଚାରୀମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇଛି Meesho। ଇ-କମର୍ସ ପ୍ଲାଟଫର୍ମ ‘Meesho’ ଏଥିପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। କମ୍ପାନୀ ଲଗାତାର ଦ୍ୱିତୀୟ ବର୍ଷ ପାଇଁ କର୍ମଚାରୀମାନଙ୍କୁ ୧୧ ଦିନ ବ୍ରେକ୍‌ ଦେବାକୁ ଘୋଷଣା କରିଛି। ଏହି ବ୍ରେକ୍‌କୁ କମ୍ପାନୀ ‘ରିସେଟ୍‌ ଏବଂ ରିଚାର୍ଜ ବ୍ରେକ୍‌’ ବୋଲି କହୁଛି। କର୍ମଚାରୀମାନଙ୍କ କାମକୁ ସମ୍ପୂର୍ଣ୍ଣ ଭାବେ ଅନ୍‌ପ୍ଲଗ କରିବା ତଥା ବିଜି ଫେଷ୍ଟିଭାଲ ସେଲ୍‌ ପରିୟଡ ପରେ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ କମ୍ପାନୀ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

କମ୍ପାନୀର ସଂସ୍ଥାପକ ତଥା ସିଟିଓ ସଞ୍ଜୀବ ବରନଓ୍ଵାଲ ଟ୍ଵିଟରରେ ଏହି ଘୋଷଣା କରି କହିଛନ୍ତି କି, ‘ଭଲ ମାନସିକ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ ଜୀବନ ସନ୍ତୁଳନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ୧୧ ଦିନର ବ୍ରେକ୍‌ ଘୋଷଣା କରିଛୁ। ଆଗାମୀ ଉତ୍ସବ ଋତୁ ଏବଂ କାର୍ଯ୍ୟ ଜୀବନ ସନ୍ତୁଳନର ମହତ୍ତ୍ୱକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ରିସେଟ୍‌ ଓ ରିଚାର୍ଜ ପାଇଁ ମିଶୋଇଟ୍‌ସ ୨୨ ଅକ୍ଟୋବରରୁ ୧ ନଭେମ୍ବର ପର୍ଯ୍ୟନ୍ତ କିଛି ଆବଶ୍ୟକ ସମୟ ବାହାର କରିବ’।

ସୂଚନାଥାଉ କି, Meesho ପୂର୍ବରୁ ଏକ ସୀମାହୀନ କାର୍ଯ୍ୟକ୍ଷେତ୍ର ମଡେଲ, େଓ୍ଵଲ୍‌ନେସ ଛୁଟି, ୩୦ ସପ୍ତାହର ଜେଣ୍ଡର ନ୍ୟୁଟ୍ରାଲ ପ୍ୟାରେଣ୍ଟାଲ ଛୁଟି ସହିତ ୩୦ ଦିବସୀୟ ଜେଣ୍ଡର ପୁନଃମୂଲ୍ୟାଙ୍କନ ଛୁଟି ଘୋଷଣା କରିଥିଲା। ଆସନ୍ତା ଦଶହରା ଏବଂ ଦୀପାବଳି ସମୟରେ ଅନଲାଇନ ସେଲ୍‌ ସହ କମ୍ପାନୀ ମାର୍କେଟକୁ ଆସିବାକୁ ପ୍ରସ୍ତୁତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.