ଡେବିଡ୍ କାର୍ଡ ଥିଲେ ମିଳିବ ୫ ଲକ୍ଷ ଜୀବନ ବୀମା

ଆପଣଙ୍କ ପାଖରେ ଡେବିଡ୍ କାର୍ଡ ଅଛି ? ତେବେ ମାଗଣାରେ ପାଇବେ ୫ ଲକ୍ଷର ବୀମା, କିପରି ଜାଣନ୍ତୁ..

ଆଜିକାଲି ଅଧିକାଂଶ ଲୋକ ବୀମା ପଲିସିରେ ନିବେଶ କରୁଛନ୍ତି । ଜୀବନ ବୀମା ଏକ ସୁରକ୍ଷା କଭର ଦେଇଥାଏ ଯାହା କୌଣସି ଅଘଟଣରେ ଆର୍ଥିକ ସହାୟତା ପ୍ରଦାନ କରିଥାଏ । କିନ୍ତୁ କୌଣସି ବି ଜୀବନ ବୀମା ପଲିସିର ଲାଭ ଆପଣ ସେତେବେଳେ ପାଇବେ ଯେବେ ଆପଣ ଏହା ପାଇଁ ପ୍ରିମିୟମ ଦେବେ । କିନ୍ତୁ ଆପଣ ଜାଣନ୍ତି କି ଡେବିଡ୍ କାର୍ଡ ଥିଲେ ଏହି ବୀମାକୁ ବିନା ମୂଲ୍ୟରେ ମଧ୍ୟ ପାଇପାରିବେ । ଏଥିପାଇଁ ଆପଣଙ୍କ ପାଖରେ କେବଳ ଏକ ଡେବିଟ୍ କାର୍ଡ ଥିବା ଆବଶ୍ୟକ ।

ଲୋକମାନେ ଡେବିଟ୍ କାର୍ଡକୁ ବେଶୀ ଗୁରୁତ୍ୱ ଦିଅନ୍ତି ନାହିଁ, ତେଣୁ ସେମାନେ ପାଇଥିବା ସୁବିଧାକୁ ଅଣଦେଖା କରନ୍ତି । ଡେବିଟ୍ କାର୍ଡରେ ଆପଣ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ପାଇପାରିବେ । ଏବେ ଆପଣ କିପରି ଏହାର ଫାଇଦା ଉଠାଇବେ ଜାଣନ୍ତୁ..

ଡେବିଟ୍ କାର୍ଡରେ ବୀମା କିପରି ପାଇବେ?
ଯେତେବେଳେ ଆପଣ କୌଣସି ବ୍ୟାଙ୍କରେ ଆପଣଙ୍କର ସେଭିଂ ଆକାଉଣ୍ଟ ଖୋଲିବେ ସେତେବେଳେ ଆପଣ ଡେବିଟ୍ କାର୍ଡରେ ବୀମା ପାଇବେ । କାରଣ ସେଭିଂ ଆକାଉଣ୍ଟ ଖୋଲିବା ସହିତ ଆପଣ ବ୍ୟାଙ୍କର ଏଟିଏମ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ପାଇବେ । ଏହା ସହିତ କୌଣସି ଆପଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ଜୀବନ ବୀମା କଭର ମିଳିବ । ଏସବିଆଇ ୱେବସାଇଟ୍ ଅନୁଯାୟୀ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ବ୍ୟକ୍ତିଗତ ଦୁର୍ଘଟଣା ବୀମା (ମୃତ୍ୟୁ) ଅଣ-ଏୟାର ଇନସୁରାନ୍ସ ଯୋଗାଇଥାଏ ।

କେବେ ଏବଂ କିପରି ଦାବି କରିପାରିବେ?
ଡେବିଟ୍ କାର୍ଡରେ ଉପଲବ୍ଧ ଜୀବନ ବୀମା ଯେକୌଣସି କାର୍ଡଧାରୀଙ୍କ ଅକାଳ ମୃତ୍ୟୁ ଘଟଣାରେ ଦାବି କରାଯାଇପାରେ । ଏହାକୁ ଦାବି କରିବା ଅତି ସହଜ । ଏଥିପାଇଁ କାର୍ଡଧାରୀଙ୍କ ନୋମିନୀଙ୍କୁ ସଂପୃକ୍ତ ବ୍ୟାଙ୍କକୁ ଯାଇ ଏକ ଆବେଦନ କରିବାକୁ ପଡିବ । ଯେଉଁଥିରେ ତାଙ୍କୁ କାର୍ଡ ଧାରକଙ୍କ ମୃତ୍ୟୁ ପ୍ରମାଣପତ୍ର, ଏଫଆଇଆରର କପି, କାର୍ଡ ଧାରକ ଉପରେ ନିର୍ଭରଶୀଳ ପ୍ରମାଣପତ୍ର, ମୃତ ପ୍ରମାଣପତ୍ରର ମୂଳ କପି ଇତ୍ୟାଦି ଦଲିଲ ଆବଶ୍ୟକ ।

କେଉଁ କାର୍ଡରେ କେତେ ବୀମା ଉପଲବ୍ଧ?

ଡେବିଟ୍ କାର୍ଡରେ ଉପଲବ୍ଧ ବୀମା ପରିମାଣ ଆପଣଙ୍କ କାର୍ଡ ଉପରେ ନିର୍ଭର କରେ । ଯଦି ଆପଣଙ୍କର ଏକ କ୍ଲାସିକ୍ କାର୍ଡ ଅଛି ତେବେ ଆପଣଙ୍କୁ ୧ ଲକ୍ଷ ଟଙ୍କା ବୀମା ମିଳିବ । ଏଥି ସହିତ ପ୍ଲାଟିନମ କାର୍ଡରେ ୨ ଲକ୍ଷ ଟଙ୍କା, ସାଧାରଣ ମାଷ୍ଟର କାର୍ଡରେ ୫୦ ହଜାର ଟଙ୍କା, ପ୍ଲାଟିନମ ମାଷ୍ଟର କାର୍ଡରେ ୫ ଲକ୍ଷ ଟଙ୍କା ଏବଂ ଭିସା କାର୍ଡରେ ୧.୫ ରୁ ୨ ଲକ୍ଷ ଟଙ୍କା ମାଗଣାରେ ଉପଲବ୍ଧ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.