ଚଳିତ ବର୍ଷର ଶ୍ରାବଣରେ ଜାଣନ୍ତୁ ଶୁଦ୍ଧବାର
ଦୁଇ ମାସ ଶ୍ରାବଣରେ ମାତ୍ର ଏତିକି ଦିନ ରହିବ ଶୁଦ୍ଧବାର , ମାସର କେବଳ ଏସବୁ ଦିନରେ କରିପାରିବେ ଭୋଳାବାବାଙ୍କ ପୂଜା

ଭଗବାନ ଶଙ୍କରଙ୍କର ଅତ୍ଯନ୍ତ ପ୍ରିୟ ଶ୍ରାବଣ ସୋମବାର। ଏହିକାରଣରୁ ଶିବଙ୍କ ପୂଜା ପାଇଁ ଶ୍ରାବଣ ମାସ ଉତ୍ତମ ହେବା ସହ ଏହି ମାସରେ ଭଗବାନଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ। ଏହି ପବିତ୍ର ମାସରେ ପାର୍ଥିବ ଶିବଲିଙ୍ଗ ନିର୍ମାଣକୁ ବିଶିଷ୍ଟ କୁହାଯାଇଥାଏ। କାରଣ ସାଧକମାନେ ନିଜେ ଏହି ଶିବଲିଙ୍ଗନିର୍ମାଣ କରିଥାନ୍ତି। ଏହି ଶିବଲିଙ୍ଗ ପୂଜା କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ସେହିଭଳି ଶାସ୍ତ୍ର ଅନୁଯାୟୀ ପାର୍ଥିବ ଶିବଲିଙ୍ଗର ପୂଜା କରିବା ଦ୍ବାରା କୋଟି କୋଟି ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ।
ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହୋଇସାରିଛି । ଏହି ମାସରେ ମହାଦେବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ । ଭୋଳାବାବାଙ୍କ ଭକ୍ତ ମାନେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ସାରା ମାସ ଚେଷ୍ଟା କରିଥାନ୍ତି | ଏହି ଦିନରେ କିଛି ବିଶେଷ କାର୍ଯ୍ୟ କରିବାକୁ ଶୁଭ ଧରାଯାଏ । ଯେବେକି କିଛି କାର୍ଯ୍ୟ କରିବାକୁ ବାରଣ କରାଯାଏ । ଶ୍ରାବଣ ମାସରେ ଆପଣଙ୍କ ଦ୍ୱାରା କରାଯାଉଥିବା ସମସ୍ତ ପୂଜାର୍ଚ୍ଚନା ଭଗବାନ ଶିବଙ୍କ ଉପରେ କେନ୍ଦ୍ରିତ ହେବା ଉଚିତ । ଏହି ମାସରେ ପ୍ରତିଦିନ ଭଗବନ ଶିବଙ୍କୁ ଜଳ ଅର୍ପଣ କରିବା ଉଚିତ । ଯଦି ଆପଣ ପ୍ରତିଦିନ ଜଳ ଦାନ କରିପାରୁନାହାନ୍ତି ତାହେଲେ ସୋମବାର ମନ୍ଦିର ଯାଇ ମହାଦେବଙ୍କୁ ଚନ୍ଦନ ତିଳକ ଲଗାନ୍ତୁ । ପୁଷ୍ପ ଅର୍ପଣ କରନ୍ତୁ ଆଉ ଜଳ ଚଢାନ୍ତୁ । ଏମିତି କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ।
ଏହି ମାସରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ହାଲୁକା ଭୋଜନ ଗ୍ରହଣ କରନ୍ତୁ । ଭୋଜନରେ ଏମିତି ଖାଦ୍ୟ ସାମିଲ କରନ୍ତୁ ଯାହା ଶୀଘ୍ର ହଜମ ହୋଇଯାଉଥିବ । କାରଣ ଏହି ଋତୁରେ ଆମ ପାଚନ ତନ୍ତ୍ର ଖୁବ ଧୀର ଗତିରେ କାମ କରିଥାଏ । ଯଦି ଏ ପ୍ରତି ଧ୍ୟାନ ଦିଆନଯାଏ ତେବେ ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଶ୍ରାବଣ ମାସରେ କୀଟ ପତଂଗଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢିଯାଏ । ଯାହାକି ଘରେ ନକାରାତ୍ମକ ଶକ୍ତି ବଢ଼ାଇଥାଏ । ତେଣୁ ଯେତେଦୂର ସମ୍ଭବ ଘରର ଆଖପାଖ ସଫାସୁତୁରା ରଖିବା ଉଚିତ । ଏହି ଦିନ ନିଜ ଘରେ ସୁଗନ୍ଧିତ ଧୂପ ଲଗାନ୍ତୁ । ଏଥିରେ ଆପଣଙ୍କ ଘରର ବାତାବରଣ ଶୁଦ୍ଧ ହୋଇଥାଏ । ପୁରା ମାସରେ ଥରେ “ଓଁ ନମଃ ଶିବାୟ” ମନ୍ତ୍ର ଜପ କରନ୍ତୁ । ଏହା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ ।
ଯେଉଁ ମାନେ ଦୀର୍ଘ ସମୟ ଧରି କୌଣସି ରୋଗରେ ଆକ୍ରାନ୍ତ ଥାନ୍ତି ସେମାନେ ନିହାତି ଭାବରେ ଏହି ମାସରେ ଗୋଟିଏ ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପିବା ଉଚିତ । ଘରକୁ କୌଣସି ଜଣେ ପଣ୍ଡିତଙ୍କୁ ଡାକି ଜପ କରନ୍ତୁ । ଶ୍ରାବଣରେ ଯେତେ ଦୂର ସମ୍ଭବ ଆମିଷ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ । ଯେଉଁମାନେ ଆମିଷ ଖାଉଥାନ୍ତି ସେମାନେ ଟିକେ କମ କରିଦେବା ଉଚିତ । ଏହା ଦ୍ୱାରା ପେଟ ଓ ସ୍ୱାସ୍ଥ୍ୟ ଉଭୟ ସୁସ୍ଥ ରୁହନ୍ତି ।
ତେବେ ଚଳିତ ଥର ଶ୍ରାବଣ ମାସ ଦୁଇ ମାସ ଲେଖାଏଁ ପଡ଼ିଛି। ପ୍ରକୃତରେ ଏଥର ପ୍ରଥମ ୧୫ ଦିନ ଓ ଶେଷ ୧୫ ଦିନ ଶ୍ରାବଣ ମାସ ଧରାଯିବ। ମଝି ୧୫ ଦିନ ମଳ ମାସ ବା ଫମ୍ପା ମାସ ଧରାଯିବ। ଓଡ଼ିଶାର ପ୍ରତ୍ୟେକ ଶିବଭକ୍ତଙ୍କ ପାଇଁ ଏହା ଜାଣିବା ନିହାତି ଜରୁରୀ। ବ୍ରତ ରଖିୂଥିବା ଭକ୍ତ ଏଥର ଦୁଇ ମାସ ଯାଏ ଏହାକୁ ପାଳନ କରିବେ।
ଏମିତିରେ ନୀତି ନିୟମ ଅନୁଯାୟୀ ମଳମାସର ସୋମବାର ଓ ଶ୍ରାବଣ ମାସର ସୋମବାର ଯେଉଁ ବାରରେ ପାଣି ଢ଼ଳାଯାଇପାରିବ। ସେ ନେଇ ଦିନ ସ୍ଥିର କରାଯାଇଛି।
ଚଳିତ ଥର ଶ୍ରାବଣ ମାସ ଗତ ୪ ଜୁଲାଇ ରୁ ଆରମ୍ଭ ହୋଇଛି ଯାହାକି ୩୧ ଅଗଷ୍ଟ ଗୁରୁବାର ଯାଏ ପାଳନ ହେବ। ସେହିପରି ମଳମାସର ଆରମ୍ଭ ୧୮ ଜୁଲାଇଠୁ ଆରମ୍ଭ ହୋଇ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।
ଏଣୁ ୪ ଜୁଲାଇରୁ ୧୭ ଜୁଲାଇ ଏବଂ ୧୭ ଅଗଷ୍ଟ ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଶୁଦ୍ଧ ଶ୍ରାବଣ ମାସ ଧରାଯିବ। ଜୁଲାଇ ୧୮ ରୁ ଅଗଷ୍ଟ ୧୬ ମଧ୍ୟରେ ବୋଲବମ ଜଳଲାଗି ହେବ ନାହିଁ। ଏଣୁ ପ୍ରତ୍ୟେକ କାଉଡ଼ିଆ ଭକ୍ତ ଏହାକୁ ନେଇ ଅବଗତ ରୁହନ୍ତୁ।
ଏହାବ୍ୟତିତ ସୋମବାର ଅର୍ଥାତ ଜୁଲାଇ ୧୦, ଅଗଷ୍ଟ ୧୭, ୨୧ ଏବଂ ୨୮ ତାରିଖରେ ଜଳଲାଗି କରାଯିବ।