ଅନଲାଇନ ଜରିଆରେ ବଦଳାଇ ପାରିବେ ନିଜ ରାଶନ କାର୍ଡରୁ ମୋବାଇଲ୍‌ ନମ୍ବର, ଜାଣନ୍ତୁ ସହଜ ଉପାୟ

ରାଶନ କାର୍ଡ ଭାରତରେ ଖାଦ୍ୟଶସ୍ୟ ନେବା ବ୍ୟତୀତ ଏକ ଜରୁରୀ ଦସ୍ତାବିଜ୍‌ ରୂପରେ ମଧ୍ୟ ଉପଯୋଗ କରାଯାଉଛି। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠୁ ଆରମ୍ଭ କରି ଆୟ, ନିବାସ ଭଳି ପ୍ରମାଣ ପତ୍ର ବନାଇବାରେ ଏହାର ପ୍ରୟୋଗ କରାଯାଇଥାଏ। ଏଥି ସହିତ ରାଶନ କାର୍ଡରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା କେତେକ ଯୋଜନାର ଲାଭ ମଧ୍ୟ ମିଳିଥାଏ। ଏମିତିରେ ଯଦି ଆପଣଙ୍କ ରାଶନ କାର୍ଡ ସହ ଲିଙ୍କ୍‌ ଥିବା ମୋବାଇଲ ନମ୍ବର ବନ୍ଦ ହୋଇଯାଇଛି କିମ୍ବା କୌଣସି କାରଣବଶତଃ ଏବେ ବ୍ୟବହାର ହେଉନାହିଁ, ତା’ହେଲେ ଆପଣଙ୍କ ପାଇଁ ସମସ୍ୟା ଉପୁଜି ପାରେ। ଯଦି ଆପଣ ଏହି ଲିଙ୍କ୍‌ଡ ମୋବାଇଲ ନମ୍ବରକୁ ବଦଳାଇବାକୁ ଚାହୁଁଛନ୍ତି, ତା’ହେଲେ କେତେକ ସହଜ ଉପାୟ ଜାଣି ରଖନ୍ତୁ।

ରାଶନ କାର୍ଡରେ ନମ୍ବର ବଦଳାଇବା ପାଇଁ ଆପଣ ଘରେ ବସି ଅନଲାଇନ ଜରିଆରେ ଅପଡେଟ୍‌ କରି ପାରିବେ। ପ୍ରତି ରାଜ୍ୟର ଅଲଗା ଅଲଗା ରାଶନ କାର୍ଡ େଓ୍ଵବ୍‌ସାଇଟ ରହିଛି। ଆପଣ ନିଜ ରାଜ୍ୟ ହିସାବରେ ଜରୁରୀ ସୂଚନା ଭରି ନିଜ ରାଶନ କାର୍ଡକୁ ଅପଡେଟ୍‌ କରି ପାରିବେ।

ରାଶନ କାର୍ଡରେ ନିଜ ମୋବାଇଲ ନମ୍ବରକୁ ଏମିତି କରନ୍ତୁ ଅପଡେଟ୍‌

୧. ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ପୋର୍ଟାଲ(ନିଜ ରାଜ୍ୟ)ର ଅଫିସିଆଲ େଓ୍ଵବ୍‌ସାଇଟକୁ ଯାଆନ୍ତୁ।

୨. ‘ନାଗରିକ କର୍ନର’ ଅନ୍ତର୍ଗତ ‘ରେଜିଷ୍ଟର ମୋବାଇଲ ନମ୍ବର ବଦଳାନ୍ତୁ’ ବଟନ ଉପରେ କ୍ଲିକ୍‌ କରନ୍ତୁ।

୩. ଆପଣଙ୍କ ସାମ୍ନାରେ ଏକ ନୂଆ ଓ୍ଵିଣ୍ଡୋ ଖୋଲିଯିବ।

୪. ଏବେ ଘରର ମୁଖିଆଙ୍କ ଆଧାର ନମ୍ବର କିମ୍ବା ଏନ୍‌ଏଫ୍‌ଏସ୍‌ ଆଇଡି ଦିଅନ୍ତୁ।

୫. ରାଶନ କାର୍ଡ ସଂଖ୍ୟାରେ key ଏଣ୍ଟର କରନ୍ତୁ।

୬. ଏବେ ଘରର ମୁଖିଆଙ୍କ ନାମ ଦିଅନ୍ତୁ(ଯାହା ରାଶନ କାର୍ଡରେ ଦିଆଯାଇଛି)।

୭. ଏବେ ପୁଣି ନିଜର ନୂଆ ମୋବାଇଲ ନମ୍ବର ଦିଅନ୍ତୁ। ଏହାପରେ ଆପଣ ସେଭ୍‌ ଅପଶନ ଉପରେ କ୍ଲିକ୍‌ କରନ୍ତୁ।

୮. ଆପଣଙ୍କ ନୂଆ ମୋବାଇଲ୍‌ ନମ୍ବର ଆପଣଙ୍କ ରାଶନ କାର୍ଡରେ ଅପଡେଟ୍‌ ବା ପଞ୍ଜୀକୃତ ହୋଇଯିବ।

ଏହାଛଡ଼ା ଯଦି ଆପଣ ରାଶନ କାର୍ଡ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି କିମ୍ବା କୌଣସି ପ୍ରକାରର ଅନ୍ୟ ସୁଧାର ଆଣିବାକୁ ଚାହୁଁଛନ୍ତି, ତା’ହେଲେ ନିଜ ରାଜ୍ୟ େଓ୍ଵବ୍‌ସାଇଟ ଯାଇ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.