Browsing Category

ରାଜ୍ୟ

ଟିଟୋର ଆଉ ଜଣେ ସହଯୋଗୀ ଗିରଫ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋ ପାଇଁ ବଢିବାରେ ଲାଗିଛି ଅଡୁଆ। ତାର ଆଉ ଜଣେ ସହଯୋଗୀ ଅଟକ। କେନ୍ଦ୍ରାପଡ଼ା ଇମାମବାଡ଼ାର ସହଯୋଗୀ ମାଛୁକୁ କ୍ରାଇମବ୍ରାଞ୍ଚ STF ଉଠାଇ ନେଇ ପଚରାଉଚରା କରୁଛି। ସରକାରୀ ଅଧିକାରୀଙ୍କ ସହ ମଧ୍ୟସ୍ଥତା ଅଭିଯୋଗରେ ଗତକାଲି ରାତିରେ କେନ୍ଦ୍ରାପଡ଼ାରୁ ତାକୁ ଉଠାଇନେଇଛି।…

ଓଲଟିଲା ଟାଟା ମ୍ୟାଜିକ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ଲାବଣ୍ୟଦେଈପୁରରୁ ଗାଡ଼ିଟି ନୂଆସାହି ଯାଉଥିବାଲା। ଜଡ଼ିଦା ଛକରେ ଏହି ଦୁର୍ଘଟଣା ଘଟିଛି । ୧୪ଜଣ ଶ୍ରମିକଙ୍କୁ ନେଇ ଗାଡ଼ିଟି ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି…

ଅନ୍ଧବିଶ୍ୱାସ : ବର୍ଷେ ୪ ମାସର ନିଷ୍ପାପ ଶିଶୁକୁ ଚେଙ୍କ

ନବରଙ୍ଗପୁର : ପୁଣି ଅନ୍ଧବିଶ୍ୱାସର କରୁଣ ପରିଣତି । ବର୍ଷେ ୪ ମାସର ନିଷ୍ପାପ ଶିଶୁକୁ ଚେଙ୍କ । ଏହି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଶବାହାଣ୍ଡି ଗାଁରେ। ଡମୁମାଝି ଓ ନେତ୍ର ମାଝିଙ୍କ ପୁଅକୁ ଠିକ୍ ଭାବେ ଦେଖାଯାଉନଥିବାରୁ ବଡ ମା ଶିଶୁଟିକୁ ଚେଙ୍କ ଦେଇଥିଲେ।…

ଜମି ବିବାଦ : ପୌରପରିଷଦ ଆଗରେ ବିଜେଡି କାଉନସିଲରଙ୍କ ଧାରଣା

କୋରାପୁଟ : କୋରାପୁଟ କୁମ୍ଭା-୨ ମୌଜାର ୪ ଏକର ଜମିକୁ ନେଇ ତେଜୁଛି ବିବାଦ। ପୌରପରିଷଦ ଆଗରେ ଧାରଣା ଦେଇଛନ୍ତି ବିଜେଡି କାଉନସିଲର । ଜମି ଫେରାଇବା ପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାକୁ ସେ ଦାବି କରିଛନ୍ତି । ଏହାସହ ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…

ଚାଷୀଙ୍କ ପାଇଁ କାଳ ସାଜିଲା ବର୍ଷା : ପଚିଗଲା ଧାନତଳି, ଜମି ବାଲିଚର

ବନ୍ୟା ଛାଡିଯାଇଛି । କିନ୍ତୁ ଗତ କିଛି ଦିନର ଲଗାଣ ବର୍ଷା ଭାଙ୍ଗି ଦେଇଛି କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ମେରୁଦଣ୍ଡ । ବର୍ଷା ପାଣିରେ ବୁଡ଼ିରହି ତଳିସବୁ ପଚି ନଷ୍ଟ ହୋଇଯାଇଛି । ବର୍ଷକ ପାଇଁ ଦି ମୁଠା ଦାନା ଯୋଗାଡ କରିବା ଆଶାରେ ଯେଉଁ ଚାଷ ଆରମ୍ଭ କରାଯାଇଥିଲା ତାହା ଏବେ ଚାଷୀଙ୍କୁ ମହଙ୍ଗା…

ସରିଲା ମହାନଦୀରେ ମହା ଅପରେସନ୍ : ତିନି ଦିନ ପରେ ଉଦ୍ଧାର ହେଲା ୧୨ ଚକିଆ ଟ୍ରକ୍

କଟକ : ଆଜି ସରିଲା ମହାନଦୀରେ ମହା ଅପରେସନ୍ । ତିନି ଦିନ ପରେ ମହାନଦୀରୁ ଉଦ୍ଧାର ହେଲା ୧୨ ଚକିଆ ଟ୍ରକ୍ । ଓଡ୍ରାଫ୍ଟ ଟିମ୍ ଓ ଅଗ୍ନିଶମ ବିଭାଗର ଅକ୍ଳାନ୍ତ ପରିଶ୍ରମ ପରେ ଗତକାଲି ରାତିରେ ଟ୍ରକକୁ ଉଦ୍ଧାର କରାଯାଇଛି। ମତ୍ସ୍ୟଜୀବୀଙ୍କ ଡଙ୍ଗା ସାହାର୍ୟ୍ୟରେ ସ୍କୁବା ଡ୍ରାଇଭରଙ୍କ ସହାୟତାରେ…

ପୋଲାଭରମ୍ ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ହେବ ରିପୋର୍ଟ ଦାଖଲ

ନୂଆଦିଲ୍ଳୀ : ପୋଲାଭରମ୍ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଦାଖଲ ହେବ ରିପୋର୍ଟ। ପ୍ରକଳ୍ପ ଦ୍ୱାରା ୬ଟି ରାଜ୍ୟ କେତେ ପ୍ରଭାବିତ ହେବେ ଓ କ'ଣ କ୍ଷତି ହେବ ସେନେଇ ରିପୋର୍ଟ ଦାଖଲ କରିବା ପାଇଁ କୋରଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୩୦ ତାରିଖରେ ପୋଲାଭରମ୍ ପ୍ରକଳ୍ପ ସହ ଜଡ଼ିତ ସମସ୍ତ ୬ଟି ରାଜ୍ୟକୁ…

ସେକ୍ସ ର‍୍ୟାକେଟ୍‌ ଚାଲିଥିଲେ ଘର ହେବ ସିଲ୍‌

କଟକ : ସିଡିଏ ସେକ୍ଟର ୮ ଅନ୍ତର୍ଗତ ପ୍ଲଟ ନମ୍ବର F-350 କୁ ସିଲ୍‌ କରିବା ସହ ଏହାକୁ ବେଶ୍ୟାଳୟ ଘୋଷଣା କରିଛି କମିଶନରେଟ ପୋଲିସ । ମର୍କତନଗର ଥାନା ଅଧୀନ ଏହି ଘରେ ଦେହ ବ୍ୟବସାୟ ଚାଲିଥିବା ବେଳେ, ୨୦୧୭ ମସିହାରେ ପୋଲିସ ଏହାକୁ ରେଡ୍‌ କରିଥିଲା । ରେଡ୍‌ ସମୟରେ ୨ଜଣ ଗ୍ରାହକ ଓ ୪ଜଣ ଯୁବତୀ…

ଆଜି ହେବ ଶ୍ରୀଜିଉଙ୍କ ବନକଲାଗି

ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ଅନୁଷ୍ଠିତ ହେବ। ଏଥିପାଇଁ ୪ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୪ଟାରୁ ୮ଟା ପର୍ୟ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚଚନା…

ଯୁକ୍ତ ଦୁଇ ଖାଲି ସିଟ୍‌ ପୂରଣ ନାମଲେଖା ଆଜିଠୁ

ଭୁବନେଶ୍ବର :  ଯୁକ୍ତ ଦୁଇ କଲେଜରେ ଖାଲି ଥିବା ସିଟ୍‌ ପୂରଣ ପାଇଁ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଆବେଦନ। ଛାତ୍ରଛାତ୍ରୀମାନେ www.samodisha.gov.in ୱେବସାଇଟ୍‌ ଜରିଆରେ ଆବେଦନ କରିପାରିବେ। ଅଗଷ୍ଟ ୧୦ ତାରିଖରେ ମେରିଟ୍‌ ଲିଷ୍ଟ ପ୍ରକାଶ…

ମାତ୍ର ଦୁଇ ଲକ୍ଷ ଟଙ୍କା ପାଇଁ ଗଲା ଦୁଇ ଜଣଙ୍କ ଜୀବନ : ଭଦ୍ରକ ଡବଲ ମର୍ଡର ଓ ଦୁଷ୍କର୍ମ ରହସ୍ୟରେ ଡ୍ରାମାଟିକ୍ ଟ୍ଵିଷ୍ଟ

ଭଦ୍ରକ : ମାତ୍ର ଦୁଇ ଲକ୍ଷ ଟଙ୍କା ପାଇଁ ଗଲା ଦୁଇ ଜଣଙ୍କ ଜୀବନ । ଭଦ୍ରକ ଧାମନଗର ଡବଲ୍‌ ମର୍ଡର ଘଟଣାରେ ଏପରି ସୂଚନା ଦେଇଛି ପୋଲିସ । ହେଲେ ଅଭିଯୁକ୍ତ ଧରମ ପୁଅ ଗୋପୀନାଥ ଓରଫ ବାବୁଆ କହୁଛି ଅଲଗା କଥା । ରବୀନ୍ଦ୍ର ବେହୁରିଆ ଘରେ ଦୁଇ ଲକ୍ଷ ଟଙ୍କା ରଖିଥିଲେ । ସେହି ଟଙ୍କା ନେବାକୁ ବାବୁଆ…

ରାସ୍ତାକଡ଼ରେ ପ୍ରେମୀ ଯୁଗଳଙ୍କ ଝଗଡ଼ା

ଭୁବନେଶ୍ବର : ରାସ୍ତାକଡ଼ରେ ପ୍ରେମୀ ଯୁଗଳଙ୍କ ଝଗଡ଼ା । ଭୁବନେଶ୍ୱର ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ନିକଟରେ ଦୁଇ ଜଣ ଯୁବକ- ଯୁବତୀଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିଲା । କଥା ବ୍ୟକ୍ତିଗତ ବୋଲି ଭାବି ସ୍ଥାନୀୟ ଲୋକ ସେମାନଙ୍କ ଆଡ଼କୁ ଦୃଷ୍ଟି ଦେଇ ନଥିଲେ । କିନ୍ତୁ ଦୀର୍ଘ ସମୟ ଧରି ବଚସା…