ଏତେ କଟକଣା ପରେ ବି ଅମାନିଆ ଲୋକେ, ବ୍ଯାଙ୍କ ସମ୍ମୁଖରେ ଦେଖିବାକୁ ମିଳିଛି ଆକାଉଣ୍ଟଧାରୀଙ୍କ ଗହଳି

ନିଆଳି: ଯେତେ ମାଠିଲେ ମାଠ, ମୁଁ ସେଇ ଦର ପୋଡ଼ା କାଠ। ଆମ୍ଭେ କହୁଛୁ କରୋନା ମହାମାରୀ ରୂପ କରାଳ କାହାଣୀ। ବିଶ୍ବକୁ କବଳିତ କରିଛି ମହାମାରୀ କରୋନା। ବିଭିନ୍ନ ଦେଶରେ ପୋକ,ମାଛି ପରି ମରୁଛନ୍ତି ଲୋକ। ଏହି ମହାମାରୀ ପାଇଁ କେବଳ ସଚେତନତା ଏବଂ ସାମାଜିକ ଦୂରତ୍ବ ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଓ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ଏବଂ ସହର ଠାରୁ ଆରମ୍ଭ କରି ଗାଁ ଗହଳିରେ ଚାଲିଛି ସଚେତନତା। ପ୍ରଥମ ଲକ୍ ଡାଉନ ସମୟସୀମା ଶେଷ ହୋଇଛି। କରୋନା ମହାମାରୀକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଦ୍ବିତୀୟ ଲକଡାନ ଘୋଷଣା କରିଛନ୍ତି।

bankଏତେ କଟକଣା ପରେ ବି କଟକ ଜିଲ୍ଲା ନିଆଳି ଇଣ୍ଡିଆନ ବ୍ୟାଙ୍କ ଓ ଷ୍ଟେଟ୍ ବ୍ୟାଙ୍କ ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ନରଦା ଷ୍ଟେଟ୍ ବ୍ଯାଙ୍କ ସମ୍ମୁଖରେ ଆକାଉଣ୍ଟଧାରୀଙ୍କ ଗହଳି ଦେଖିବାକୁ ମିଳିଛି । କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ଲୋକେ ସଚେତନ ହେଉନଥିବା ବେଳେ କେତେକ ସ୍ଥାନରେ ମଧ୍ୟ ଲକ୍ ଡାଉନ୍ କୁ ମାନୁନାହାଁନ୍ତି । ସେହିପରି ବୁଧବାର ନରଦା ଷ୍ଟେଟ୍ ବ୍ଯାଙ୍କ ଖୋଲିବା ପରେ ଲୋକେ ନିଜ ଭିତରେ ସାମାଜିକ ଦୂରତ୍ବ ଭଙ୍ଗ କରି ବ୍ଯାଙ୍କ ସମ୍ମୁଖରେ ଗହଳି ଲଗାଇଥିଲେ । ସାମାଜିକ ଦୂରତ୍ବ ଭଙ୍ଗ କରିବା ଦ୍ବାରା କରୋନା ସଂକ୍ରମଣ ଭୟ ରହିଛି । ତଥାପି ଲୋକେ ସଚେତନ ହେଉନାହାଁନ୍ତି କି କୌଣସି ନିୟମ ମାନୁନାହାଁନ୍ତି। ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.