ଚୀନ୍‌ ପ୍ରସ୍ତୁତ କଲା ୩ ବର୍ଷିଆ ଛୁଆଙ୍କୁ ଦେବା ଭଳି କରୋନା ଟିକା

ନୂଆଦିଲ୍ଳୀ : ବିଶ୍ୱରେ ପ୍ରଥମ ଦେଶ ଭାବେ ଚୀନ ୩ ବର୍ଷର ଛୁଆଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ସରକାର ମଧ୍ୟ ଅନୁମୋଦନ କରିସାରିଛନ୍ତି । ଏହି ଟିକାକୁ ଉତ୍ପାଦନ କରୁଛି ‘ସାଇନୋଭ୍ୟାକ୍‌ ବାୟୋଟେକ୍‌’ । ଛୁଆଙ୍କ ପାଇଁ ଏହି ଟିକା ଜରୁରୀକାଳୀନ ଭିତ୍ତିରେ ଦେବା ପାଇଁ ଚୀନ୍‌ ସରକାର ଅନୁମୋଦନ କରିଛନ୍ତି ।

ଏପର୍ଯ୍ୟନ୍ତ ୧୮ ବର୍ଷ ଓ ତହିଁରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିଲା । ତେବେ ଚୀନ୍‌ ପ୍ରଥମ ଥର ପାଇଁ ଛୋଟ ଛୁଆଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତ ହୋଇଛି । ଟିକା କମ୍ପାନିର ଅଧ୍ୟକ୍ଷ ୟନ୍‌ ଓ୍ଵଇଡୋଙ୍ଗ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେଉଁ ଦିନ ଠାରୁ ଛୋଟ ଛୁଆଙ୍କୁ ଟିକାକରଣ କରାଯିବ ସେ ସୂଚନା ଦେଇ ନାହାଁନ୍ତି । ତେବେ ଖୁବ୍‌ ଶୀଘ୍ର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ଛୁଆମାନଙ୍କ ଠାରେ ଏହି ଟିକା ପ୍ରତିରୋଧକ ଶକ୍ତି ବଢ଼ାଉଛି ବୋଲି ଦୁଇଟି ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଛି । ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ସାମାନ୍ୟ ରହିଛି । ଟିକାର ପରୀକ୍ଷା କାଳରେ ଶିଶୁଙ୍କୁ ଦୁଇଟି ସାଧାରଣ ଡୋଜ ଦେବା ପରେ ୩ୟ ବୁଷ୍ଟର ଡୋଜ୍‌ ମଧ୍ୟ ଦିଆଯାଇଥିଲା । ଏହି ଟିକା ନେବା ଦ୍ୱାରା ଛୁଆଙ୍କ ଦେହରେ ପ୍ରଥମ ସପ୍ତାହରେ ୧୦ ଗୁଣ ଓ ଦୁଇ ସପ୍ତାହରେ ୨୦ ଗୁଣ ଆଣ୍ଟି ବଡ଼ି ସୃଷ୍ଟି ହେଉଥିବା ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.