ଦେଶରେ ୧ କୋଟି ପାର୍ କଲା କରୋନା ପଜିଟିଭ୍ କେସ୍‌, ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଦେଶରେ ୧ କୋଟି ପାର କଲା କରୋନା କେସ୍‌ । ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ପାର କରିବାରେ ଆମେରିକା ପରେ ଭାରତ ଦ୍ୱିତୀୟ ଦେଶ ହୋଇଛି । ମାତ୍ର ୨୯ ଦିନରେ ୧୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରଥମ ୧୦ ଲକ୍ଷ ଆକ୍ରାନ୍ତ ଛୁଇଁବା ପାଇଁ ଲାଗିଥିଲା ୧୩୭ ଦିନ । ଏହା ପରେ ଦ୍ରୁତ ଗତିରେ ବଢିଥିଲା ସଂକ୍ରମଣ ।

ସେପ୍ଟେମ୍ବର ମାସରେ କରୋନା ପିକ୍‌ରେ ଥିଲା । ଏହି ସମୟରେ ମାତ୍ର ୧୧ ଦିନରେ ୧୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାର ୧୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟିରୁ ଅଧିକ ହୋଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୦ ଲକ୍ଷରୁ ଅଧିକ ହେଲେଣି । ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ପାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.