ଦେଶରେ ମାଡି ଚାଲିଛି କରୋନା ଭାଇରସ୍: ୨୪ ଘଣ୍ଟାରେ ୧ଲକ୍ଷ ୪୫ ହଜାର ୩୮୪ ନୂଆ ପଜିଟିଭ୍‌ ଚିହ୍ନଟ, ୭୯୪ମୃତ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ଭାଇରସ । ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୪୫ ହଜାର ୩୮୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୭୯୪ ଜଣଙ୍କ ମୃତ୍ୟୁ ହୋଇଛି । ସାରାଦେଶରେ ୧୦ ଲକ୍ଷ ୪୬ ହଜାର ୬୩୧ ଆକ୍ଟିଭ୍‌ କେସ୍‌ ରହିଛି । ଏପର୍ଯ୍ୟନ୍ତ ସାରାଦେଶରେ ୧ ଲକ୍ଷ ୬୮ ହଜାର ୪୩୬ ଜଣଙ୍କ ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୫୮ ହଜାର ୯୩୩ ନୂଆ ମାମଲା ସାମ୍ନାକୁ ଆସିଛି । କିଛି ଦିନ ହେବ ମହାରାଷ୍ଟ୍ରରେ ୫୫ ହଜାରରୁ ଅଧିକ ପଜିଟିଭ୍‌ ଆସୁଛନ୍ତି । ଚଳିତ ବର୍ଷ ଏପ୍ରିଲ ୭ ତାରିଖରେ ମହାରାଷ୍ଟ୍ରରେ ସର୍ବାଧିକ ୫୯ ହଜାର ୯୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଦିଲ୍ଲୀରେ ଗୋଟିଏ ଦିନରେ ୮ ହଜାର ୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ଗୋଟିଏ ଦିନରେ ଏହା ଦ୍ୱିତୀୟ ସର୍ବାଧିକ । ଗତ ବର୍ଷ ନଭେମ୍ବର ୧୧ରେ ଦିଲ୍ଲୀରେ ଗୋଟିଏ ଦିନରେ ୮ ହଜାର ୫୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.