୨୦୨୧ ଏପ୍ରିଲ ପରେ ଉପଲବ୍ଧ ହେବ କୋଭାକ୍ସିନ୍‌, ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବାପରେ କରାଯିବ ବ୍ୟବହାର

ନୂଆଦିଳ୍ଲୀ: ୨୦୨୧ ଏପ୍ରିଲ ପରେ ଉପଲବ୍ଧ ହେବ କୋଭାକ୍ସିନ୍‌ । ଏପ୍ରିଲ ପର୍ଯ୍ୟନ୍ତ କରାଯିବ କୋଭାକ୍ସିନ୍‌ର ପରୀକ୍ଷା । ଏହା ପୂର୍ବରୁ କୋଭାକ୍ସିନ୍‌ ଭ୍ୟାକସିନ୍‌ର ଜରୁରୀକାଳୀନ ବ୍ୟବହାର କରାଯାଇପାରେ । ଯଦି ସରକାର ଚାହାନ୍ତି ତେବେ କୋଭାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ଉପଲବ୍ଧ ହୋଇପାରେ । ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକାର ୨୦୨୧ ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବ । ଏନେଇ ଆଶା ରଖିଛି କୋଭାକ୍ସିନ୍‌ ବିକଶିତ କରୁଥିବା ଭାରତ ବାୟୋଟେକ୍‌ । ଏହା ପରେ କମ୍ପାନୀ ବ୍ୟବସାୟିକ ଲାଇସେନ୍ସ ଓ WHO ପ୍ରିଯୋଗ୍ୟତା ପାଇଁ ଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଡିସିଜିଆଇ ଅନୁମତି ପ୍ରଦାନ କରିଛି । ଦେଶର ୨୫ଟି କେନ୍ଦ୍ରରେ ୨୬ ହଜାର ସ୍ୱେଚ୍ଛାସେବୀଙ୍କଠାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯିବ । କୋଭାକ୍ସିନ୍‌ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି । ଏହାର ଫଳାଫଳକୁ ଅଧ୍ୟୟନ କରିବା ପରେ ଅକ୍ଟୋବର ୨ ତାରିଖରେ ଡିସିଜିଆଇଠାରୁ ଅନୁମତି ମଗାଯାଇଥିଲା । ଡିସିଜିଆଇର ଅନୁମତି ପରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.