ଆଜି ଚିହ୍ନଟ ହୋଇଥିବା ୨୬ ନୂଆ ପଜିଟିଭଙ୍କ ଆସିଲା ତଥ୍ୟ, ସମସ୍ତ ପଜିଟିଭଙ୍କ ରହିଛି ସୁରତ ଲିଙ୍କ

ଭୁବନେଶ୍ବର: ଆଜି ଚିହ୍ନଟ ହୋଇଥିବା ୨୬ ନୂଆ ପଜିଟିଭଙ୍କ ଆସିଲା ତଥ୍ୟ । ସମସ୍ତ ପଜିଟିଭଙ୍କ ରହିଛି ସୁରତ ଲିଙ୍କ୍ । ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ଗଂଜାମ, ୫ ଜଣ କେନ୍ଦ୍ରାପଡା ଏବଂ ୨ ଜଣ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି। ଭଦ୍ରକରେ ଚିହ୍ନଟ ହୋଇଥିବା ଦୁଇ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବାସୁଦେବପୁର ପୌରାଞ୍ଚଳର ଗୁଆଗାଁର ଓ ଅନ୍ୟଜଣେ ଧାମନଗର ବ୍ଲକର ବମକୁରା ପଞ୍ଚାୟତର ।

ଉଭୟେ ପୁରୁଷ ହୋଇଥିବାବେଳେ ଜଣଙ୍କ ବୟସ ୨୧ ଏବଂ ଜଣଙ୍କର ୪୧ ବର୍ଷ। ଭଦ୍ରକରେ ଆଜି ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଏବେ ଭଦ୍ରକ ଜିଲ୍ଲା ରେଡ୍ ଜୋନରେ ରହିଛି। ଅପରପଟେ ଗଂଜାମରୁ ଚିହ୍ନଟ ହୋଇଥିବା ୧୯ଜଣ ସଂକ୍ରମିତ ସମସ୍ତେ ପୁରୁଷ । ସେମାନଙ୍କ ବୟସ ୧୮ ରୁ ୫୮ ବର୍ଷ ଭିତରେ  । ସେହିପରି କେନ୍ଦ୍ରାପଡାର ୫ ଜଣ ସଂକ୍ରମିତଙ୍କ ବୟସ ୨୭ ରୁ ୩୫ ବର୍ଷ ଭିତରେ ହୋଇଥିବାବେଳେ ସମସ୍ତେ ପୁରୁଷ ବୋଲି ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.