Below header

ସାମ୍ନାକୁ ଆସିଲା ପ୍ରଥମ ଘଟଣା: କରୋନାରେ କୁକୁରର ମୃତ୍ୟୁ!

ହଂକଂରେ କରୋନା ଭାଇରସରେ ଏକ କୁକୁରର ମୃତ୍ୟୁ ଘଟିଥିବା ନେଇ ପ୍ରଥମ ମାମଲା ସାମ୍ନାକୁ ଆସିଛି। ୧୭ ବର୍ଷର ଏହି କୁକୁରଟି ପୋମରେନିୟନ ପ୍ରଜାତିର ଥିଲା। ଏହାକୁ ଜଣେ ୬୦ ବର୍ଷୀୟା ବୃଦ୍ଧା ପାଳିଥିଲେ। ଦୁଇ ଦିନ ପୂର୍ବରୁ କୁକୁର ଠାରେ କରୋନା ଭାଇରସର ଲକ୍ଷଣ ଦେଖାଯିବାରୁ ସେ ତାକୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଆଇସୋଲେଶନରେ ରଖାଯାଇଥିଲା। ବୁଧବାର ଡାକ୍ତରମାନେ ତାକୁ ଡିସଚାର୍ଜ କରିଥିଲେ ହେଁ ଘରେ ତାର ମୃତ୍ୟୁ ଘଟିଛି।

ତେବେ ଡାକ୍ତରଙ୍କ କହିବା ଅନୁସାରେ, କ୍ୱାରେଣ୍ଟାଇନରେ ଚିନ୍ତା, ଭୟ ଏବଂ ପରିବାର ଠାରୁ ଦୂରେଇ ରହିଥିବାରୁ କୁକୁରର ମୃତ୍ୟୁ ଘଟିଲା। କୁକୁରର ମାଲିକାଣି ପୋଷ୍ଟମର୍ଟମ କରିବାକୁ ମନା କରିଦେଇଛନ୍ତି। ପ୍ରଶାସନର କହିବା ହେଲା, କୁକୁର ଠାରେ କୋୖଣସି ବି ଲକ୍ଷଣ ଦେଖିବାକୁ ମିଳିନି। କିନ୍ତୁ ଜଣେ ଡାକ୍ତର କହିଥିଲେ, କୁକୁରର ନାକ ଏବଂ ମୁଁହର ନମୁନାରେ କରୋନା ଭାଇରସ ସହ ମିଶୁଥିବା ଲକ୍ଷଣ ଦେଖିବାକୁ ମିଳିଛି। ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଏ ନେଇ ଅଧିକ ଯାଞ୍ଚ କରାଯିବ। ଏହାପରେ ଜଣାପଡିବ କୁକୁରକୁ କରୋନା ହେଇଥିଲା କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.