Below header

ଭାରତୀୟ କମ୍ପାନୀ ଜିଡସ୍‌ କାଡିଲାର ପ୍ରଥମ ପର୍ଯ୍ୟାୟ କରୋନା ଭ୍ୟାକସିନ୍‌ର ସଫଳତା, ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍‌ ଟେଷ୍ଟ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଜିଡସ୍‌ କାଡିଲାର ପ୍ରଥମ ପର୍ଯ୍ୟାୟ କରୋନା ଭ୍ୟାକସିନ୍‌ର ସଫଳତା । ଏହି ଭ୍ୟାକସିନ୍‌ ର ନାଁ ରଖଯାଇଛି ଜିକୋଭ୍‌-ଡି । ସୁରକ୍ଷିତ ପରୀକ୍ଷଣ ପରେ ଆଜିଠୁ ଜିକୋଭ୍‌-ଡ଼ିର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍‌ ଟେଷ୍ଟ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟକୁ ୨୦ ଦିନରେ ସମ୍ପୂର୍ଣ୍ଣ କରାଯାଇପାରିଥିଲା ।

ଜିଡସ୍‌ କାଡିଲା ହେଉଛି ଭାରତର ଦ୍ୱିତୀୟ କମ୍ପାନୀ, ଯିଏ କି କରୋନା ଭ୍ୟାକସିନ୍‌ ପ୍ରସ୍ତୁତ କରୁଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ କମ୍ପାନୀ ଖୁସି ଥିବା ସହ କହିଛି ଏହା ସମ୍ପୂର୍ଣ୍ଣ ସୁରକ୍ଷିତ । ଦ୍ୱିତୀୟ ପର୍ଯ୍ୟାୟରେ ସେଫଟି, ଇମ୍ୟୁନିଟି ଓ ଆଣ୍ଟିବଡ଼ି ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ବଜାରକୁ ଭ୍ୟାକସିନ୍‌ ଆସିବା ନେଇ ଜିଡସ୍‌ କାଡିଲା କ୍ଷୀପ୍ର ଗତିରେ କାମ କରୁଛି । ପ୍ରଚୁର ପରିମାଣର ଟିକା ପ୍ରସ୍ତୁତ କରିବା କମ୍ପାନୀର ଲକ୍ଷ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.