ଦେଶବାସୀଙ୍କୁ ଆଶ୍ୱସ୍ତି ଦେଲା ICMR, ମାର୍ଚ୍ଚରେ ଶେଷ ହେବ ତୃତୀୟ ଲହର

କେନ୍ୟୁଜ୍(ବ୍ୟୁରୋ): ଆଇସିଏମ୍‌ଆର୍‌ର ଆକଳନ ଆଣିଲା ଆଶ୍ୱସ୍ତି। ମାର୍ଚ୍ଚରେ ଶେଷ ହେବ ତୃତୀୟ ଲହର। ବିଭନ୍ନ ମଡ଼େଲକୁ ସମୀକ୍ଷା ଓ ବିଶ୍ଲେଷଣ କରିବା ପରେ ଆକଳନ କରିଛନ୍ତି ICMR ବିଶେଷଜ୍ଞ ଦଳ। ବିଶେଷଜ୍ଞଙ୍କ ଏଭଳି ଆକଳନ ଦେଶବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତ କରିଛି। ଦେଶରେ ତୃତୀୟ ଲହରର ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବା ବେଳେ ଏବେ ବି ମୃତ୍ୟୁହାର ବଢିବା ଦେଖାଯାଉଛି। ବିଶେଷ କରି ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନା ଦୈନିକ ସଂକ୍ରମଣ ନିମ୍ନଗାମୀ ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ ଅନୁରୂପ ସ୍ଥିତି ଆଡ଼କୁ ଯାଉଛି।

ପରିସ୍ଥିତ ଏଭଳି ରହିଲେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଦେଶରେ ତୃତୀୟ ଲହର ମହାମାରୀ ପ୍ରଭାବହୀନ ହୋଇଯିବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ ପକ୍ଷରୁ ଆକଳନ କରାଯାଇଛି। ଫେବୃଆରୀ ଶେଷ ସୁଦ୍ଧା ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ତୃତୀୟ ଲହରର ପରିସମାପ୍ତି ଘଟିବ। ମାର୍ଚ୍ଚ ବେଳକୁ କରୋନା ସଂକ୍ରମଣ ଦେଶରେ ଏକ ସ୍ଥାନୀୟ ସଂକ୍ରମଣରେ ପହଞ୍ଚିଯିବ ଓ ଏହା ପ୍ରଭାବହୀନ ହୋଇପଡିବ ବୋଲି ICMR ଓ ଲଣ୍ଡନ ଇମ୍ପେରିଆଲ କଲେଜ ଦ୍ୱାରା ବିକଶିତ ମଡେଲରୁ ଜଣାପଡିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.