ମାଇଗ୍ରେନ୍‌ ସମସ୍ୟାକୁ ଚୁଟ୍‌କିରେ ଦୂର କରିବ ମେହେନ୍ଦୀ ତେଲ, ତୁରନ୍ତ ମିଳିବ ଆରାମ

ମାଇଗ୍ରେନ୍‌ର ଯନ୍ତ୍ରଣା ଅସହ୍ୟ ହୋଇଥାଏ। ଲାଇଫ୍‌ଷ୍ଟାଇଲ୍‌ରେ ପରିବର୍ତ୍ତନ, ଅବସାଦ, କାର୍ଯ୍ୟବ୍ୟସ୍ତତା ଓ ଅନ୍ୟ କାରଣରୁ ହେଉଥିବା ମାଇଗ୍ରେନ୍‌ର ଯନ୍ତ୍ରଣା, ସାଧାରଣ ମେଡିସିନ୍‌ରେ ଦୂର ହୋଇପାରିନଥାଏ। ଅଧକପାଳି ଯୋଗୁ ପ୍ରବଳ କଷ୍ଟ ହୁଏ, ଯାହାକୁ ସହ୍ୟ କରିବା ବେଳେ ବେଳେ ଅସମ୍ଭବ ହୋଇପଡ଼େ। ଏଭଳି ସ୍ଥିତିରେ ହାଇ ପାଓ୍ଵାର ମେଡିସିନ୍‌ ବି କାମ କରେ ନାହିଁ। କିନ୍ତୁ ଏସେନ୍ସିଆଲ ଅଏଲ ସାହାଯ୍ୟରେ ଏହି ଯନ୍ତ୍ରଣାକୁ କମ୍‌ କରିହେବ। ତେବେ ଆସନ୍ତୁ ଜାଣିବା ମାଇଗ୍ରେନ୍‌ ପୀଡ଼ାକୁ ତେଲ ଥେରାପୀ ସାହାଯ୍ୟରେ କେମିତି ଦୂର କରି ହେବ…

ଲାଭେଣ୍ଡର ତେଲ:

ଲାଭେଣ୍ଡର ଏସେନ୍ସିଆଲ ଅଏଲ ମାଇଗ୍ରେନ୍‌କୁ ତୁରନ୍ତ ଦୂର କରିବାରେ ସାହାଯ୍ୟ କରେ। ଏହାକୁ ମୁଣ୍ଡରେ ମାଲିସ କରିବା ଦ୍ୱାରା ତୁରନ୍ତ ଆରାମ ମିଳେ। ଏହି ତେଲର ବାସ୍ନା ମୁଣ୍ଡ ବିନ୍ଧା ଭଲ କରିବାରେ ବିଶେଷ ସହାୟକ ହୋଇଥାଏ।

ମେହେନ୍ଦୀ ତେଲ:

ଚୁଟିରେ ମେହେନ୍ଦୀ ଲଗାଇଲେ ଯେମିତି ଚୁଟିର ଗ୍ରୋଥ ହୁଏ ଓ ମୁଣ୍ଡ ଥଣ୍ଡା ରହେ। ସେହିଭଳି ମେହେନ୍ଦୀ ତେଲରେ ବି ଶକ୍ତିଶାଳୀ ଆଣ୍ଟି ଇଫ୍ଲେମେଟରୀ ଗୁଣ ରହିଛି, ଯାହା ମାଇଗ୍ରେନ୍‌ ସମସ୍ୟାକୁ ମାତ୍ର କିଛି ସେକେଣ୍ଡରେ ଦୂର କରିଥାଏ। ମେହେନ୍ଦୀ ତେଲକୁ ମୁଣ୍ଡରେ ମାଲିସ କଲେ, ମସ୍ତିଷ୍କରେ ଶୁଷ୍କ ହୋଇଥିବା ତନ୍ତୁ ଖୋଲେ ଓ ଷ୍ଟ୍ରେସ୍‌ କମ୍‌ ହୁଏ।

ପୋଦିନା ତେଲ:

ପୋଦିନା ତେଲରେ ମିନ୍ଥଲ ଥାଏ, ଯାହା ମାଂସପେଶୀକୁ ରିଲାକ୍ସ କରେ। ଏଣୁ ମାଇଗ୍ରେନ୍‌ ସମସ୍ୟା ଥିଲେ ଅଧିକାଂଶ ଡାକ୍ତର ପୋଦିନା ତେଲକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି। ଏହା ତୁରନ୍ତ ଆରାମ ଦିଏ।

ନଡ଼ିଆ ତେଲରେ କର୍ପୁର:

ମାଇଗ୍ରେନ୍‌ ସମସ୍ୟା ଥିଲେ ଆପଣ ନଡ଼ିଆ ତେଲରେ ଅଳ୍ପ କର୍ପୁର ମିଶାଇ ମଧ୍ୟ ଲଗାଇପାରିବେ। ଶୀଘ୍ର ଆରାମ ମିଳିବ।