କୋଭିଡ୍‌ ଟିକାକରଣରେ ଦେଶର ରେକର୍ଡ: ଗୋଟିଏ ଦିନରେ ଅଢ଼େଇ କୋଟି ଟିକାକରଣ !

ନୂଆଦିଲ୍ଲୀ(କେନ୍ଯୁଜ୍): ମୋଦିଙ୍କୁ ଜନ୍ମ ଦିନ ଉପହାର । କୋଭିଡ୍‌ ଟିକାକରଣରେ ଦେଶର ରେକର୍ଡ । ଗୋଟିଏ ଦିନରେ ୨ କୋଟିରୁ ଅଧିକ ଟିକାକରଣ । ଗୋଟିଏ ଦିନରେ ଅଢ଼େଇ କୋଟି ଟିକାକରଣ କରି ମୋଦିଙ୍କୁ ଜନ୍ମ ଦିନ ଉପହାର ଦେବାକୁ ଲକ୍ଷ୍ୟ ରଖିଥିଲେ ସରକାର ।

ଦୈନିକ ଟିକାକରଣରେ ଚୀନ୍‌ର ରେକର୍ଡ ରହିଛି । ଚୀନ୍‌ ଗୋଟିଏ ଦିନରେ ୨ କୋଟି ୪୭ ଏଲକ୍ଷ ଲୋକଙ୍କୁ ଟିକା ଦେଇଥିଲା । ଭାତରେ ଏହା ପୂର୍ବରୁ ୩ ଥର ୧ କୋଟି ଟପିଥିଲା ଟିକାକରଣ । ପ୍ରଥମ ଥର ପାଇଁ ୨ କୋଟି ଟପିଛି ।

ଗତକାଲି ଅପରାହ୍ନ ୧ଟା ୩୦ ସୁଦ୍ଧା ୧ କୋଟି ପାର କରିଥିଲା ଟିକାକରଣ । ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟ। ସରକାରୀ ଟ୍ରାକରରେ ଗୋଟିଏ ମିନିଟ୍‌ରେ ୪୨ ହଜାର ଟିକାକରଣ ଦଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନକୁ ସ୍ମରଣୀୟ କରିବାକୁ ୩ ସପ୍ତାହ ଧରି ଉତ୍ସବ ପାଳନ କରିବ ବିଜେପି । ଉତ୍ସବ ପାଳନ କେନ୍ଦ୍ର ରହିବ ଟିକାକରଣ ଅଭିଯାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.