ଢ଼େଙ୍କାନାଳ ସହରରେ ଆଜିଠୁ ଲାଗୁ ହେବ ନୂଆ କଟକଣା, ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲିବ ସମସ୍ତ ଦୋକାନବଜାର

ଢ଼େଙ୍କାନାଳ: କରୋନା ମୁକାବିଲା ନେଇ ଢ଼େଙ୍କାନାଳ ସହରରେ ଆଜିଠୁ ଲାଗୁ ହେବ ନୂଆ କଟକଣା । ସମସ୍ତ ଦୋକାନବଜାର ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଔଷଧ ଦୋକାନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ଏଥିରୁ ବାଦ ଦିଆଯାଇଛି ।

ସୂଚନା ଥାଉକି, ଗତକାଲି ରାଜ୍ୟ ସରକାରଙ୍କ ଅନଲକ୍‌ ୫.୦ ଗାଇଡ୍‌ଲାଇନ୍‌ ପ୍ରକାଶ କରିଛନ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି କି, ଅକ୍ଟୋବର ୩୧ ଯାଏଁ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ଥିଏଟର ଖୋଲିବନି। ପୂର୍ବପରି ପିଲାମାନଙ୍କ ଅନଲାଇନ କ୍ଲାସ ଜାରି ରହିବ । ସେହିପରି ଅଙ୍ଗନବାଡି, କୋଚିଂ ସେଣ୍ଟର ବନ୍ଦ ରହିବ । ସାମାଜିକ ଓ ରାଜନୈତିକ ସମାବେଶ ଉପରେ କଟକଣା ଜାରି ରହିଛି । ସାଂସ୍କୃତିକ, ଧାର୍ମିକ ସମାବେଶ, ସିନେମା ହଲ୍‌, ଥିଏଟର, ଅଡିଟୋରିୟମ୍‌ ଓ ସୁଇମିଂ ପୁଲ୍‌ ବନ୍ଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.