Below header

କରୋନା ନେଲା ତୃତୀୟ ମୁଣ୍ଡ, ପ୍ରାଣ ହରାଇଲେ ମହାରାଷ୍ଟ୍ରର ୬୪ ବର୍ଷୀୟ ବୟସ୍କ

ସାରା ବି ଶ୍ୱରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆଜି ଭାରତରେ ତୃତୀୟ ମୁଣ୍ଡ ନେଇଛି କରୋନା। ପ୍ରତ୍ୟେକ ଦିନ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସମ୍ପର୍କିତ ୧୨ଟି ନୂଆ ମାମଲା ଆସିଥିବାବେଳେ ସର୍ବମୋଟ କରୋନ ସଂକ୍ରମିତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଛି । ଏଥିରେ ମହାରାଷ୍ଟ୍ରର ତିନି ବର୍ଷର ଶିଶୁ ମଧ୍ୟ ସାମିଲ୍ ରହିଛି।

ccc

 

ରିପୋର୍ଟ ମୁତାବକ, ମହାରାଷ୍ଟ୍ରରେ ଜଣେ କରୋନା ପୀଡ଼ିତଙ୍କ ମୃତ୍ୟୁ ହୋଇଛି। କସ୍ତୁରବା ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ୬୪ ବର୍ଷୀୟ ବୟସ୍କଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି । ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ଘଟିଛି। ମହାରାଷ୍ଟ୍ରରେ କରୋନା ପୀଡ଼ିତାଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ମୁ ମ୍ବାଇ ପୋଲିସ୍ ସହରରେ ୧୪୪ ଧାରା ଜାରି କରିଛନ୍ତି । ପୁଣେରେ ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ୧୬ଟି କରୋନା ମାମଲା ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.