ଆସନ୍ତା ୧୬ରେ ଦେଶରେ ଆରମ୍ଭ କୋଭିଡ୍‌ ଟିକାକରଣ: ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ :ଟିକାକରଣ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍‌ । ଆସନ୍ତା ୧୬ ତାରିଖରେ ଦେଶରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ କୋଭିଡ୍‌ ଟିକାକରଣ । ଏହା ପୂର୍ବରୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟାରେ ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଟିକାକରଣ ସମୟ ପାଖୋଉଥିବା ବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ ଶୀଘ୍ର ଟିକା ବିତରଣ ଆରମ୍ଭ ହୋଇଯିବ ।

ଦୁଇ ପର୍ଯ୍ୟାୟର ଡ୍ରାଏ ରନ୍‌ ମଧ୍ୟ ସରିଛି । ଦେଶରେ ଦୁଇଟି ଟିକାରେ ଆରମ୍ଭ ହେବ ଭ୍ୟାକ୍ସିନେସନ୍‌ । ସେରମ ଟିକା କୋଭିସିଲ୍‌ଡ ଓ ଭାରତ ବାୟୋଟେକ୍‌ ଟିକା କୋଭାକ୍ସିନ୍‌ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କ ଓ ଜଟିଳ ରୋଗରେ ଆକ୍ରାନ୍ତ ବ୍ୟକ୍ତିିଙ୍କୁ ଟିକା ଦିଆଯିବ । ଟିକାକରଣ ପାଇଁ ସବୁ ରାଜ୍ୟ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.