ଓମିକ୍ରନ୍ ହଟସ୍ପଟ୍ ପାଲଟିଛି ବ୍ରିଟେନ୍, ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ବ୍ରିଟେନରେ ଓମିକ୍ରନ୍ ବ୍ରେକଫେଲ୍ । ଦ୍ରୁତ ଗତିରେ ମାଡି ଚାଲିଛି ଓମିକ୍ରନ । ୨୪ ଘଣ୍ଟାରେ ଅଧିକ ୧୦ ହଜାର ସଂକ୍ରମିତ ଚିହ୍ନଟ। ଶନିବାର ଦିନ ୟୁକେରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୯୦ ହଜାରରୁ ଅଧିକ ଥିଲା। ଦୈନିକ ସଂକ୍ରମର ଲକ୍ଷେ ମୁହାଁ ହୋଇଛି । ମୋଟ ଓମିକ୍ରନ ସଂକ୍ରମଣ ସଂଖ୍ୟା ୨୫ ହଜାରରୁ ଅଧିକ ହେଲାଣି।

ଓମିକ୍ରନ ଯୋଗୁଁ ବ୍ରିଟେନରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ୮୫ ଜଣ ଓମିକ୍ରନ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ସପ୍ତାହକରେ ୟୁକରେ ହାରାହାରି ୭୩ ହଜାରରୁ ଅଧିକ ସଂକ୍ରମିତ ହେଉଛନ୍ତି। ଓମିକ୍ରନ ସଂକ୍ରମଣ ବୃଦ୍ଧି ନ ଅଟକିଲେ ଆଗକୁ ଦୈନିକ ୩ ହଜାର ହସ୍ପିଟାଲରେ ଭର୍ତ୍ତି ହେବେ ବୋଲି ଅନୁମାନ କରାଯାଉଛି।

ଜାନୁଆରୀ ୧୪ ଯାଏ ଲକଡାଉନରେ ନେଦରଲାଣ୍ଡ । ଏଠାରେ ଜାନୁଆରୀ ୧୪ ଯାଏ ଶିକ୍ଷାନୁଷ୍ଠାନ ଓ ଅଣ ଅତ୍ୟାବଶ୍ୟକ ଷ୍ଟୋର ବନ୍ଦ। ଘରକୁ ଅତିଥି ଆସିବା ଉପରେ ଲାଗିଛି କଟକଣା। ଜର୍ମାନୀରେ ବି ମାଡୁଛି । ଶୁକ୍ରବାର ଜର୍ମାନୀରେ ୫୦ ହଜାର ୯୬୮ ସଂକ୍ରମିତ ଚିହ୍ନଟ ହୋଇଥିଲେ। ୪୩୭ ଜଣଙ୍କ ମୃତ୍ୟୁ ହୋଇଛି।

ୟୁକେରୁ ଜର୍ମାନୀ ଫେରିଲେ, କୋଭିଡ୍ ନେଗେଟିଭ ସାର୍ଟିଫିକେଟ୍ ଥିବା ଜରୁରୀ। ଏହାସହ ୨ ସପ୍ତାହ କ୍ୱାରେଣ୍ଟାଇନରେ ରହିବାକୁ ପଡିବ। ୟୁକେ ଉପରେ ପୂର୍ବରୁ ଫ୍ରାନସ କଟକଣା ଲଗାଇ ସାରିଛି। ଡେନମାର୍କ, ଫ୍ରାନ୍ସ, ନରୱେରୁ ଆସୁଥିବା ଯାତ୍ରୀଙ୍କ ଉପରେ ପୂର୍ବରୁ କଟକଣା ଲଗାଇ ସାରିଛି ଜର୍ମାନୀ।

ପ୍ୟାରିସରେ ନୂଆବର୍ଷର ଆତସବାଜୀ କାର୍ଯ୍ୟକ୍ରମକୁ ବାତିଲ। ଡେନ୍ମାର୍କରେ ଥିଏଟର୍ସ, କନ୍ସର୍ଟ ହଲ୍, ଆମୋଦ ପାର୍କ ଓ ମ୍ୟୁଜିୟମକୁ ବନ୍ଦ କରିଦିଆଯାଇଛି। ଆୟରଲାଣ୍ଡରେ ପବ୍ ଓ ବାର୍ରେ ରାତି ୮ଟାରୁ କର୍ଫ୍ୟୁ ଜାରି କରାଯାଇଛି। ଇଣ୍ଡୋର ଏବଂ ଆଉଟଡୋର କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.