ମୋବାଇଲ୍‌ ଫୋନ୍‌ ଯୋଗୁ ମଧ୍ୟ ଆପଣ ହୋଇପାରନ୍ତି କରୋନା ସଂକ୍ରମିତ, ବିପଦରୁ ରକ୍ଷା ପାଇବା ପାଇଁ ଏପରି କରନ୍ତୁ କୀଟାଣୁରହିତ

କରୋନା ମହାମାରୀ ସମୟରେ ଆମେ ବେଶୀ ଧ୍ୟାନ ଦିଅନ୍ତି ପରିସ୍କାର ପରିଚ୍ଚନ୍ନତା ଉପରେ । ହାତ ଧୋଇବା ଠାରୁ ଆରମ୍ଭ କରି ମୁହଁରେ ମାସ୍କ ପିନ୍ଧବା ଓ ସାମାଜିକ ଦୂରତା ବଜାୟ ରଖିବା ପ୍ରତି ଆମେ ବେଶୀ ଧ୍ୟାନ ଦେଇଥାଉ । ଏମିତିକି ଘରର ପ୍ରତିଟି ଜିନିଷ ସହ ଘରର ପ୍ରତିଟି କୋଣ ସଫା ରଖିବା ପ୍ରତି ଧ୍ୟାନ ଦେଇଥାଉ । ହେଲେ ଆମେ ସର୍ବାଧିକ ସମୟ ବ୍ୟବହାର କରୁଥିବା ମୋବାଇଲ୍‌ ଫୋନ୍‌ ପ୍ରତି ସଚେତନ ନଥାଉ । ମାତ୍ର ଗବେଷକଙ୍କ ମତରେ ସର୍ବାଧିକ ସଂକ୍ରମଣ ଭୟ ଥାଏ ମୋବାଇଲ୍‌ ସ୍କ୍ରିନ୍‌ରେ ।

mobile

ଟଏଲେଟ୍‌ ସିଟ୍‌ ଠାରୁ ଅଧିକ ସଂକ୍ରମଣ ଭୟ ଥାଏ ମୋବାଇଲ୍‌ରେ

ଏକ ସାଧାରଣ ହିସାବ ଅନୁଯାୟୀ ଜଣେ ବ୍ୟକ୍ତି ଦିନରେ ୯୬ ଥର ଫୋନ୍‌ ବ୍ୟବହାର କରିଥାନ୍ତି । ତେଣୁ ମୋବାଇଲ୍‌ ସ୍କ୍ରିନ୍‌ରେ ସଂକ୍ରମଣ ଭୟ ଅଧିକ ରହିଥାଏ । ଯେଉଁଠାରେ ହଜାର ବ୍ୟାକ୍ଟେରିଆ ଓ ଭୁତାଣୁ ରହିଥାଏ । ଯେତେବେଳେ ଆପଣ ଅପରିସ୍କାର ହାତରେ ମୋବାଇଲ୍‌ ଛୁଇଁଥାନ୍ତି ସେତେବେଳେ ଭୁତାଣୁ ମୋବାଇଲ୍‌ ସ୍କ୍ରିନ୍‌କୁ ବ୍ୟାପିଥାଏ । ଯେତେବେଳେ ଆପଣ ମୋବାଇଲ୍‌କୁ କାନ ପାଖରେ ରଖି କଥା ହୋଇଥାନ୍ତି । ସେତେବେଳେ ଭୁତାଣୁ ସହଜରେ ଆପଣଙ୍କ ଶରୀରକୁ ପ୍ରବେଶ କରିଥାଏ । ତେଣୁ ମୋବାଇଲ୍‌ ଟଏଲଟ୍‌ ସିଟ୍‌ ଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି ଜଣାପଡ଼ିଛି ।

କେମିତି କରିବେ ମୋବାଇଲ୍‌କୁ ଡିସ୍‌ଇନ୍‌ଫେକ୍ଟ(କୀଟାଣୁରହିତ)

ସାବୁନ ଓ ପାଣି ଡିସ୍‌ଇନ୍‌ଫେକ୍ଟ କରିବାର ସବୁଠୁ ଭଲ ମାଧ୍ୟମ । ହେଲେ ଆପଣ ମୋବାଇଲ୍‌ ଫୋନ୍‌କୁ ସାବୁନ୍‌ ପାଣିରେ ଧୋଇ ପାରିବେନାହିଁ । ଏଭଳି ସ୍ଥିତିରେ ଆପଣ ଆଲ୍‌କୋହଲ ବ୍ୟବହାର କରି ଫୋନ୍‌କୁ ଡିସ୍‌ଇନ୍‌ଫେକ୍ଟେଡ୍‌ କରି ପାରିବେ । ପ୍ରଥମେ ମୋବାଇଲ୍‌ରୁ କଭର ହଟାନ୍ତୁ ଓ କିଛି ଆଲକୋହଲ୍‌ ଭିଜା ତୁଳା ଆଣି ସେଥିରେ ମୋବାଇଲକୁ ସଫା କରିପାରିବେ । ଏହାଦ୍ୱାରା ମୋବାଇଲ୍‌ ସଂକ୍ରମଣ ରହିତ ହେବା ସହ ଭଲ ରହିବ । ଯଦି ଆପଣ ହାତ ଠିକ୍‌ ଭାବେ ଧୋଉଛନ୍ତି ତାହାଲେ ଫୋନ୍‌କୁ ଅଳ୍ପ ଥର ସଫା କରି ପାରିବେ । ନଚେତ୍‌ ଫୋନ୍‌କୁ ବାର୍‌ ବାର ଆଲକୋହଲ୍‌ରେ ସଫା କରିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.