ନବରାତ୍ରୀରେ କାହିଁକି ଜଳାଯାଇଥାଏ ଅଖଣ୍ଡ ଦୀପ ? ଜାଣନ୍ତୁ ଜରୁରୀ ନିୟମ

ନବରାତ୍ରୀରେ ଅଖଣ୍ଡ ଜୌତି ଜଳାଇବାର ବିଶେଷ ମହତ୍ତ୍ୱ ରହିଛି । ଅଖଣ୍ଡ ଦୀପର ଅର୍ଥ ହେଉଛି ଲଗାତାର ଦୀପକୁ ଜଳାଇ ରଖିବା ଏବଂ ଏହାକୁ ଲିଭିବାକୁ ନଦେବା । ନବରାତ୍ରୀର ୯ ଦିନ ପର୍ଯ୍ୟନ୍ତ ଲଗାତାର ୨୪ ଘଣ୍ଟା ମା’ଙ୍କ ସାମ୍ନାରେ ଦୀପ ଜଳାଇ ରଖାଯାଇଥାଏ ।

ଆସୁଛି ଶାରଦୀୟ ନବରାତ୍ରୀ । ନବରାତ୍ରୀ ପାଇଁ ଚଳଚଞ୍ଚଳ ଗାଁରୁ ସହର । ନବରାତ୍ରୀର ପ୍ରଥମ ଦିନରେ ଘଟ ସ୍ଥାପନା କରାଯାଏ ଏବଂ ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜୌତି ଜଳାଯାଇ ଥାଏ । ନବରାତ୍ରୀର ପବିତ୍ର ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜୌତି ବା ଦୀପ ଜଳାଇବାର ଅନେକ ଲାଭ ରହିଛି । ଏହି ୯ ଦିନରେ ମା’ ଦୁର୍ଗାଙ୍କ ୯ଟି ରୂପକୁ ପୂଜା କରାଯାଇଥାଏ । ତେବେ ଆଜି ଠାରୁ ହିଁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଛି । ଆସନ୍ତା ୨୩ ଅକ୍ଟୋବରରେ ଏହା ସମାପ୍ତ ହେବ । ୨୪ ଅକ୍ଟୋବରରେ ଦଶହରା ପାଳନ କରାଯିବ । ଏହି ଦିନ ଦୁର୍ଗା ମା’ଙ୍କ ପ୍ରତିମା ବିସର୍ଜନ ହୋଇଥାଏ । ଚଳିତ ବର୍ଷ ନମରାତ୍ରୀରେ ହାତୀରେ ମା’ ଦୁର୍ଗାଙ୍କ ଆଗମନ ହେବ, ଯାହା ବହୁତ ହିଁ ଶୁଭ । ତେବେ ଆସନ୍ତୁ ଜାଣିବା ନବରାତ୍ରୀରେ ମା’ ଦୁର୍ଗାଙ୍କ ସମ୍ମୁଖରେ କାହିଁକି ଅଖଣ୍ଡ ଜୌତି ପ୍ରଜ୍ୱଳିତ କରାଯାଏ ।

ନବରାତ୍ରୀରେ ଅଖଣ୍ଡ ଜୌତି ଜଳାଇବାର ବିଶେଷ ମହତ୍ତ୍ୱ ରହିଛି । ଅଖଣ୍ଡ ଦୀପର ଅର୍ଥ ହେଉଛି ଲଗାତାର ଦୀପକୁ ଜଳାଇ ରଖିବା ଏବଂ ଏହାକୁ ଲିଭିବାକୁ ନଦେବା । ନବରାତ୍ରୀର ୯ ଦିନ ପର୍ଯ୍ୟନ୍ତ ଲଗାତାର ୨୪ ଘଣ୍ଟା ମା’ଙ୍କ ସାମ୍ନାରେ ଦୀପ ଜଳାଇ ରଖାଯାଇଥାଏ । ମାନ୍ୟତା ଅନୁସାରେ ଅଖଣ୍ଡ ଦୀପ ଜଳାଇ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ମା’ଙ୍କ ଆଶ୍ରୀର୍ବାଦ ପ୍ରାପ୍ତ ହୋଇଥାଏ । ମା’ ପ୍ରସନ୍ନ ହୋଇ ସମସ୍ତ ମନକାମନା ପୂର୍ଣ୍ଣ କରିଥାନ୍ତି । ଦୀପ ଲିଭିବାରୁ ବଞ୍ଚାଇବା ପାଇଁ ସେଥିରେ ଘିଅ କିମ୍ବା ତେଲ ନସରିବାକୁ ଧ୍ୟାନ ଦେବାକୁ ପଡ଼ିଥାଏ । ଏହା ବ୍ୟତୀତ ଦୀପ ପବନରେ ନଲିଭିବା ପାଇଁ ଦୀପ ଚାରି ପାଖରେ କାଚର ବନ୍ଧକ ଲଗାଯାଇଥାଏ ।

ଅଖଣ୍ଡ ଜୌତିର ନିୟମ :
ଯଦି ନବରାତ୍ରୀରେ ଅଖଣ୍ଡ ଜୌତି ଜଳାଉଛନ୍ତି ତେବେ କିଛି ନିୟମକୁ ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ । ନଚେତ ମା’ ଦୁର୍ଗା କ୍ରୋଧିତ ହେବାର ସମ୍ଭାବନା ମଧ୍ୟ ଥାଏ ।

. ନବରାତ୍ରୀରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିବାର ପ୍ରଥମ ନିୟମ ହେଉଛି ଘରେ କୌଣସି ବ୍ୟକ୍ତି ରହିବା ନିହାତି ଜରୁରୀ । କାରଣ ଅଖଣ୍ଡ ଜୌତିର ଧ୍ୟାନ ରଖିବାକୁ ହୋଇଥାଏ । ଅଖଣ୍ଡ ଜୌତି ଜଳାଉଛନ୍ତି ତ ଘର ଖାଲି ରଖିବା ଅନୁଚିତ ।

. ଅଖଣ୍ଡ ଜୌତିକୁ ଖାଲି ଭୂମିରେ ରଖିବା ଅନୁଚିତ୍‌ । ଏହାକୁ ରଖିବା ପାଇଁ କଳସ କିମ୍ବା କୌଣସି ଏକ ଜିନିଷ ଉପରେ ରଖନ୍ତୁ ।

.ଯଦି ଏହାକୁ କୌଣସି ଜିନିଷ ଉପରେ ରଖୁଛନ୍ତି ତେବେ ଏହାକୁ ଏକ ଲାଲ ବସ୍ତ୍ର ଉପରେ ରଖନ୍ତୁ । ଯଦି କଳସ ଉପରେ ଜୌତି ପ୍ରଜ୍ୱଳନ କରୁଛନ୍ତି ତେବେ ଏହା ତଳେ ଧାନ କିମ୍ବା ଗହମ ଭଳି ଶସ୍ୟ ରଖନ୍ତୁ ।

. ଯଦି ଅଖଣ୍ଡ ଜୌତିରେ ଘିଅ ବ୍ୟବହାର କରୁଛନ୍ତି ତେବେ ଏହାକୁ ଦୁର୍ଗା ମା’ଙ୍କ ଡାହାଣ ପାର୍ଶ୍ୱରେ ରଖନ୍ତୁ । ଯଦି ଦୀପରେ ସୋରିଷ ତେଲ ବ୍ୟବହାର କରୁଛନ୍ତି ତେବେ ଏହାକୁ ବାମ ପାର୍ଶ୍ୱରେ ରଖିବା ଉଚିତ ।

. ଅଖଣ୍ଡ ଦୀପ ପବନରେ ନଲିଭିବା ପାଇଁ ଏହାର ଚାରିପଟେ କାଚ ବନ୍ଧକ ରଖନ୍ତୁ । ଏହା ସହିତ ଦୀପରେ ଘିଅ ଏବଂ ତେଲ ଶେଷ ହେବାକୁ ଦିଅନ୍ତୁ ନାହିଁ ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.