‘ଲାଲ ସିଂହ ଚଡ୍ଡା’ ପରେ ଏବେ ଜୋର୍‌ ଧରିଛି ‘ପଠାନ୍‌’କୁ ବୟକଟ୍‌ କରିବାକୁ ଦାବି, ଟ୍ରେଣ୍ଡ୍‌ କରୁଛି #BoycottPathan

ଏବେ ଫିଲ୍ମକୁ ବୟକଟ୍‌ କରିବା ଏକ ସାଧାରଣ କଥା ହୋଇଗଲାଣି। କିଛି ଦିନ ତଳେ ଅମୀର ଖାନ୍‌ଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ବହିଷ୍କାର କରାଯାଉଥିଲା। ଏଥିସହ ଟ୍ଵିଟରରେ #Boycottlalsinghchadda ଟ୍ରେଣ୍ଡ୍‌ କରୁଛି। ଅନ୍ୟପଟେ ଏବେ ଶାହାରୁଖ ଖାନ୍‌ଙ୍କ ପଠାନ୍‌ଙ୍କୁ ମଧ୍ୟ ବୟକଟ୍‌ କରିବା ଟ୍ରେଣ୍ଡ୍‌ ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ ଯେ ଲାଲ ସିଂହ ଚଡ୍ଡା ରିଲିଜ୍‌ ହେବା ପରେ ମଧ୍ୟ ସୋସିଆଲ ମିଡିଆରେ ବୟକଟ୍‌ କରିବାକୁ #Boycottlalsinghchadda ପୋଷ୍ଟ କରାଯାଉଛି। ଏହା ପରେ ଲୋକଙ୍କୁ ଫିଲ୍ମ ଦେଖିବାକୁ ଅମୀର ଖାନ୍‌ ଓ କରୀନା କପୁର ଅନୁରୋଧ କରିଥିଲେ। ଫିଲ୍ମକୁ ବୟକଟ୍‌ ନ କରି ଦୟା କରି ଦେଖିବାକୁ ସେମାନେ ଅନୁରୋଧ କରିଥିଲେ। ଅନ୍ୟପଟେ ଏବେ ଟ୍ଵିଟରରେ ବୟକଟ୍‌ ପଠାନ୍‌ (#BoycottPathan) ଟ୍ରେଣ୍ଡ୍‌ କରୁଛି। ଫଳରେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ଶାହାରୁଖ ଖାନ୍‌ଙ୍କ ମୁଣ୍ଡ ବିନ୍ଧା ବଢ଼ିଲାଣି।

ଶାହାରୁଖ ଖାନ୍‌ ଓ ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ଫିଲ୍ମ ପଠାନ୍‌ ଆସନ୍ତା ବର୍ଷ ଜାନୁଆରୀ ୨୫ ରେ ହଲ୍‌ରେ ରିଲିଜ୍‌ ହେବ। କିଛି ଦିନ ପୂର୍ବରୁ ଏହି ଫିଲ୍ମରେ ଶାହାରୁଖ ଖାନ୍‌ ଓ ଦୀପିକା ପାଦୁକୋନ୍‌ଙ୍କ ଲୁକ୍‌ ସାମ୍ନାକୁ ଆସିଥିଲା, ଯାହାକୁ ଦେଖି ଅନୁମାନ କରାଯାଉଥିଲା ଯେ ଏହା ଏକ ଆକ୍ସନ୍‌ ଫିଲ୍ମ। ଫିଲ୍ମକୁ ବୟକଟ୍‌ କରିବାକୁ ଟ୍ରେଣ୍ଡ୍‌ ଆରମ୍ଭ ହେବାରୁ ଏବେ ମେକରଙ୍କ ଚିନ୍ତା ବଢ଼ିଛି।

Also Read: ଛିଃ ଏତେ ନୃଶଂସ ସାର୍! ପିଇବା ପାଣି ପାତ୍ର ଛୁଇଁବାରୁ ଦଳିତ ଛାତ୍ରକୁ ପିଟି ପିଟି ମାରି ଦେଲେ ଶିକ୍ଷକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.