ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ’ର ଟ୍ରେଲର, ଜାଣନ୍ତୁ ସିନେମା ହଲ୍‌ରେ କେବେ ହେବ ରିଲିଜ୍‌

ଅଜୟ ଦେବଗନ ଓ ଆର ମାଧବନ୍‌ଙ୍କ ଫିଲ୍ମ ‘ସୈତାନ’ ର ଝଲକ୍‌ ସାମ୍ନାକୁ ଆସିଛି । ଏହି କିଛି ଦିନ ହେବ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି, ଯେଉଁଥିରେ ଗୁଣି ଗାରେଡି ଦେଖିବାକୁ ମିଳିଛି । ଏହା ବ୍ୟତୀତ ଏହି ଟ୍ରେଲର ରିଲିଜ୍‌ ହେବା ମାତ୍ରେ ଅଜୟ ଦେବଗନ ତାଙ୍କ ଇଣ୍ଟାଗ୍ରାମ୍‌ ଆକାଉଣ୍ଟରେ ଫିଲ୍ମ ରିଲିଜ୍‌ ହେବାର ଡେଟ୍‌ ବିଷୟରେ ସୂଚନା ଦେଇଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀରେ ଏବେ ପୁଣି ଏକ ଭୂତ ଫିଲ୍ମର ଜାଦୁ ଦେଖିବାକୁ ମିଳିବ। ତେବେ ଅଜୟ ଦେବଗନ ଓ ଆର ମାଧବନ୍‌ଙ୍କ ଫିଲ୍ମ ‘ସୈତାନ’ ର ଝଲକ୍‌ ସାମ୍ନାକୁ ଆସିଛି । ଏହି କିଛି ଦିନ ହେବ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି, ଯେଉଁଥିରେ ଗୁଣି ଗାରେଡି ଦେଖିବାକୁ ମିଳିଛି । ଏହା ବ୍ୟତୀତ ଏହି ଟ୍ରେଲର ରିଲିଜ୍‌ ହେବା ମାତ୍ରେ ଅଜୟ ଦେବଗନ ତାଙ୍କ ଇଣ୍ଟାଗ୍ରାମ୍‌ ଆକାଉଣ୍ଟରେ ଫିଲ୍ମ ରିଲିଜ୍‌ ହେବାର ଡେଟ୍‌ ବିଷୟରେ ସୂଚନା ଦେଇଛନ୍ତି । ଏହି ଫିଲ୍ମର ଝଲକ୍‌ ବହୁତ ଦମ୍‌ଦାର ହୋଇଛି । ଲୋକମାନେ ମଧ୍ୟ ଏହି ଫିଲ୍ମର ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି । ତେବେ ଫିଲ୍ମରେ ଅଜୟ ଦେବଗନ ଓ ଆର ମାଧବନ ଦୁଇଜଣ ଏକ ଭିନ୍ନ ରୂପରେ ନଜର ଆସିବେ । ଏହି ଫିଲ୍ମରେ ଦୁଇଜଣଙ୍କ ଭିତରେ ଫାଇଟ୍‌ ଦେଖିବାକୁ ମିଳିବ ।

ଏହି ଫିଲ୍ମର ଷ୍ଟୋରିରେ ଦେଖିବାକୁ ମିଳିବ ଯେ କିପରି ଜଣେ ଗୁଣି ଗାରେଡି କରୁଛି । ଏହା ସହ ଫିଲ୍ମରେ କଳା ଜାଦୁ ବିଷୟରେ ମଧ୍ୟ ବହୁତ କିଛି ଦେଖିବାକୁ ମିଳିପାରେ । ତେବେ ଅଜୟ ଦେବଗନ ଓ ଆର ମାଧବନଙ୍କ ଫିଲ୍ମ ‘ସୈତାନ’ର ଟ୍ରେଲର ଏହି କଳା ଜାଦୁର ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି । ସାମ୍ନାକୁ ଆସିଥିବା ଟ୍ରେଲରରେ ଦେଖିବାକୁ ମିଳିଛି ଯେ ଅଜୟ ଦେବଗନ,ଜ୍ୟୋତିକା ଏବଂ ତାଙ୍କ ଝିଅ କଳା ଜାଦୁ ଓ ସୈତାନକୁ ସାମ୍ନା କରିବାକୁ ଯାଉଛି । ତେବେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବ୍ଲାକ୍‌ ମ୍ୟାଜକ୍‌ କରୁଥିବା ଶୈତାନ୍‌ ଆଉ କେହି ନୁହନ୍ତି ବରଂ ଆର ମାଧବନ । ଏହି ଟ୍ରେଲରରେ ଏପରି ମଧ୍ୟ କିଛି ଦେଖିବାକୁ ମିଳୁଛି ଯେ କିପରି ଭାବେ ଆର ମାଧବନ ତାଙ୍କ ଘରେ ବ୍ଲାକ୍‌ ମ୍ୟାଜିକ୍‌ କରୁଛନ୍ତି ଏବଂ ତାଙ୍କ ଝିଅକୁ ନିଜ କାବୁରେ କରୁଛନ୍ତି । ଏହା ବ୍ୟତୀତ ଏଥିରେ ଏପରି ମଧ୍ୟ ଦେଖିବାକୁ ମିଳିପାରେ ଯେ କିପରି ଭାବେ ଆର ମାଧବନ ଅଜୟ ଦେବଗନଙ୍କ ପୂରା ପରିବାର ଉପରେ ରାଜ୍‌ କରୁଛନ୍ତି ।

ତେବେ ଏହି ଫିଲ୍ମରେ ଦେଖିବାକୁ ମିଳିବ ଯେ କେମିତି ଅଜୟ ଦେବଗନ ସୈତାନ ସହ ପଙ୍ଗା ନେଇ ତାଙ୍କ ଝିଅକୁ ବଞ୍ଚାଇବେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଆର ମାଧବନ ଭେଲିଆନ୍‌ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ତେବେ ଫିଲ୍ମର ଟ୍ରେଲର ଜବରଦସ୍ତ ହୋଇଛି କାରଣ ଏହି ଫିଲ୍ମଟି ଭିତରେ ବହୁତ ସସ୍‌ପେନ୍ସ ରହିଛି । ଯାହା ଲୋକମାନେଙ୍କୁ ବହୁତ ପସନ୍ଦ ଆସିଛି । ଏବେ ଦେଖିବାର ଅଛି ଫିଲ୍ମ ଲୋକମାନଙ୍କୁ କେତେ ପସନ୍ଦ ଆସୁଛି ।

ଫିଲ୍ମ ସୈତାନ ଅଜୟ ଦେବଗାନ୍ ଫିଲ୍ମସ୍ ଏବଂ ପାନୋରମା ଷ୍ଟୁଡିଓ ଇଣ୍ଟରନ୍ୟାସନାଲ୍‌ରେ ତିଆରି ଏବଂ ଏହା ଦେବଗାନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପଠକ ଏବଂ ଅଭିଷେକ ପଠକଙ୍କ ଦ୍ୱାରା ନିର୍ମିତ । ମାର୍ଚ୍ଚ ୮ରେ ଏହା ମୁକ୍ତିଲାଭ କରିବ । ଏମାନଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଆର ମାଧବନଙ୍କର ଅପ୍‌କମିଂ ଫିଲ୍ମରେ ଶଶିକାନ୍ତଙ୍କ କ୍ରିକେଟ୍ ଡ୍ରାମା ‘ଟେଷ୍ଟ’, ଅଧିଷ୍ଠାସାଲି’ ଏବଂ ‘ଜିଡି ନାଇଡୁ ବାୟୋପିକ୍’ ଭଳି ଅନେକ ଫିଲ୍ମ ରହିଛି । ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ‘ରେଳବେମନ୍ୟ’ ୱେବ୍ ସିରିଜରେ ଦେଖିବାକୁ ମିଳିଥିଲା । ସେହିପରି ଅଜୟ ଦେବଗନଙ୍କୁ ଶେଷ ଥର ପାଇଁ ‘ଭୋଲା’ରେ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନମାନଙ୍କରେ ଅଜୟ ଦେବଗନଙ୍କୁ ଫିଲ୍ମ ‘ସିଙ୍ଘମ୍‌’ରେ ମଧ୍ୟ ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.