କାଜୋଲଙ୍କ ଫୋନ୍ ନମ୍ବର ସୋସିଆଲ ମିଡ଼ିଆରେ ଶେୟାର କରିଦେଲେ ଅଜୟ , ତା’ପରେ କଣ ହେଲା ଜାଣନ୍ତୁ

ମୁମ୍ବାଇ : ବଲିଉଡ଼ କଳାକାର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିବା ପାଇଁ ଅନେକ ପ୍ରକାରର କାମ କରିଥାନ୍ତି। ସେହିପରି ଏକ କାମ ନିକଟରେ କରିଛନ୍ତି ବଲିଉଡ଼ ଅଭିନେତା ଅଜୟ ଦେବଗନ୍। ଯାହାପରେ ସ୍ୱାମୀ ଅଜୟ ଦେବଗନଙ୍କ ପ୍ରାଙ୍କରେ ରାଗିଯାଇଛନ୍ତି କାଜୋଲ। କଥା କଣ କି, ସୋସିଆଲ ମିଡିଆରେ ଅଜୟ ଦେବଗନ ହଠାତ୍ କାଜୋଲଙ୍କ ନମ୍ବର ଶେୟାର କରି ସମସ୍ତଙ୍କୁ ଚମକାଇ ଦେଇଥିଲେ।

ସେ ଲେଖିଥିଲେ, କାଜୋଲ ଦେଶରେ ନାହାନ୍ତି, ତାଙ୍କୁ ହ୍ଵାଟସ ଆପରେ ମେସଜ କରି କଥା ହୁଅ। ପରେ ତାଙ୍କୁ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡ଼ିଥାଲା। ଯାହା ପରେ ସେ ଏହା ଏକ ପ୍ରାଙ୍କ ବୋଲି କହିଥିଲେ। ମାତ୍ର ଏପରି ମଜାକକୁ ପସନ୍ଦ କରିନାହାନ୍ତି ତାଙ୍କ ପତ୍ନୀ କାଜୋଲ।  କାଜୋଲ ଟ୍ଵିଟ କରି ଲେଖିଛନ୍ତି ଏବେ ତୁମକୁ ଘରେ ଏଣ୍ଟି୍ର ନାହିଁ ।


ବଲିଉଡର ଏଭର ଗ୍ରୀନ କପଲ୍‌ ହେଉଛନ୍ତି କାଜଲ ଓ ଅଜୟ । ଅନେକ ଫିଲ୍ମରେ ସେମାନେ ଏକାଠି କାମ କରିଛନ୍ତି । ସବୁବେଳେ ଚୁପ ରହୁଥିବା ଅଜୟ ଏଥରକ କାଜଲଙ୍କ ସହ ଏଭଳି ପ୍ରାଙ୍କ୍‌ କରିଛନ୍ତି । ଯାହାକି ସୋସିଆଲ ମିଡିଆରେ କାଫି ଚର୍ଚ୍ଚାରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.