ଆଜି ରିଲିଜ ହେଉଛି ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଲକ୍ଷ୍ମୀ’, ଜାଣନ୍ତୁ କାହିଁକି ସନ୍ଧ୍ୟା ୭ ଟା ୦୫ରେ ହିଁ ହେବ ରିଲିଜ

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’, ଯାହାର ନାମ ପୂର୍ବରୁ ‘ଲକ୍ଷ୍ମୀ ବମ୍’ ଥିଲା, ନଭେମ୍ବର ୯ ରେ ସନ୍ଧ୍ୟା ୭ ଟା ୦୫ରେ ମୁକ୍ତିଲାଭ କରିବ । ତେବେ ଏପରି ସମୟରେ ରିଲିଜ ହେବ ବୋଲି କାହିଁକି ନିଷ୍ପତ୍ତି ନିଆଯାଇଛି । ତା ପଛରେ ବି ରହିଛି ଏକ କାରଣ ତାହେଲେ ଆସନ୍ତୁ ଜାଣିବା କଣ ସେହି କାରଣ ।

ବାସ୍ତବରେ ଅକ୍ଷୟ କୁମାରଙ୍କର ନ୍ୟୁମେରୋଲୋଜି ଉପରେ ଅଦମ୍ୟ ବିଶ୍ୱାସ ଅଛି । ତାଙ୍କର ଜନ୍ମଦିନ ୯ ସେପ୍ଟେମ୍ବରରେ ପଡେ, ତେଣୁ ସେ ୩, ୬ ଏବଂ ୯ କୁ ନିଜ ଭାଗ୍ୟବାନ ସଂଖ୍ୟା ଭାବରେ ବିବେଚନା କରନ୍ତି ଏବଂ ଏହି ତାରିଖଗୁଡ଼ିକରେ ବିଶେଷ କାର‌୍ୟ୍ୟ କରନ୍ତି । ଲକ୍ଷ୍ମୀ ଚଳଚ୍ଚିତ୍ର ଙଞଞ ପ୍ଲାଟଫର୍ମରେ ୯ ରେ ମୁକ୍ତିଲାଭ କରୁଛି । ୯ ନଭେମ୍ବର ୨୦୨୦ ର ରାଶି ଆସେ: ୯ + ୧ + ୧ + ୨ + ୦ + ୨ + ୦ = ୧୫ = ୧ + ୫ = ୬ରେ । ୭ ଟା ୫ ମିନିଟର ରାଶି ହେଉଛି ୧୨ ଅର୍ଥ ୩ । ତେଣୁ ଏହି ତାରିଖ ଏବଂ ସମୟ ମନୋନୀତ କରାଯାଇଛି ।

Laxmmi Bomb Has Now Been Modified To Laxmii : Akshay Kumar's Film.

ଆଜି ଙଞଞ ପ୍ଲାଟଫର୍ମରେ ଏକ ଐତିହାସିକ ଦିନ କାରଣ ଏତେ ବଡ ତାରକାଙ୍କ ଫିଲ୍ମ ସିଧାସଳଖ ଙଞଞ ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ସିନେମାହଲ ପାଇଁ ଏହା ହେଉଛି ଏକ ଜବରଦସ୍ତ ଝଟକା । ଯଦି ଏପରି ଧାରା ଆରମ୍ଭ ହୁଏ, ତେବେ ସିନେମାହଲକୁ ଫିଲ୍ମ ଦେଖିବାକୁ କିଏ ଯିବ ?
ଏଥର ଦୀପାବଳିରେ ହଲରେ ଛୋଟ ମୋଟ ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିବାବେଳେ ଲକ୍ଷ୍ମୀ, ଲୁଡୋ ଏବଂ ଛଲାଙ୍ଗ ଭଳି ଚଳଚ୍ଚିତ୍ର ଙଞଞ ପ୍ଲାଟଫର୍ମରେ ରିଲିଜ ହେଉଛି । ଯାହାକି ବହୁତ ନାମୀ ଦାମୀ ଅଭିନେତାମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.