ସୋସିଆଲ ମିଡିଆରେ ପୋଷ୍ଟ କରି ଅକ୍ଷୟ କଲେ ‘ସୂରିୟବଂଶୀ ଗର୍ଲ’ର ଖୁଲାସା, ଜାଣନ୍ତୁ କିଏ

ମୁମ୍ବାଇ : କିଛି ଦିନ ପୂର୍ବେ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ସୂରିୟବଂଶୀର ପୋଷ୍ଟର ରିଲିଜ୍ ସୋସିଆଲ ମିଡିଆରେ କରିଥିଲେ। ଏହାପରେ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସାହ ଭରି ରହିଥିଲା। ଏବେ ଏନେଇ ଫିଲ୍ମର ଅଭିନେତ୍ରୀଙ୍କ ନାମ ଉପରୁ ପରଦା ଉଠାଇଛନ୍ତି ଅକ୍ଷୟ କୁମାର।


ଖିଲାଡି କୁମାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, “ଆମେ କୋପ ୟୁନିର୍ଭସ କଟ୍ରିନା କୈଫଙ୍କୁ ଆମର ସୂରିୟବଂଶୀ ଗର୍ଲ ଭାବେ ସ୍ବାଗତ କରୁଛୁ।“ ଅକ୍ଷୟଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ଫଟୋରେ ଅକ୍ଷୟ କୁମାର, କଟ୍ରିନା କୈଫଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବଂ ପ୍ରଯୋଜକ କରଣ ଜୋହରଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ବଲିଉଡ଼ ଇଣ୍ଡଷ୍ଟୀରେ ସଫଳ ଯୋଡି ଭାବେ ଜଣାଯାଉଥିବା କେଟ୍ରିନା ଏବଂ ଅକ୍ଷୟଙ୍କୁ ପୁଣି ଥରେ ଏକା ସାଙ୍ଗରେ ବଡ଼ ପରଦାରେ ଦେଖିବାକୁ ମିଳିବ। ଫିଲ୍ମଟି ୨୦୨୦ ମସିହା ଇଦ ସମୟରେ ରିଲିଜ୍ ହେବ ବୋଲି ଶୁଣିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.