ଶେଷରେ ଝିଅର ନାଁ ‘ରାହା’ ରଖିଲେ ରଣବୀର ଓ ଆଲିଆ; ଫଟୋ ପୋଷ୍ଟ କରି ନାମର ଭିନ୍ନ ଭିନ୍ନ ଅର୍ଥ ବୁଝାଇଲେ ମମ୍ମି ଆଲିଆ

ବଲିଉଡ୍‌ରେ ନୂଆ କରି ମାଆ, ବାପା ହୋଇଥିବା ଆଲିଆ ଭଟ୍ଟ ଓ ରଣବୀର କପୁର ଶେଷରେ ନିଜ ଝିଅର ଠିକ୍‌ କରିଛନ୍ତି। ମମ୍ମି ଆଲିଆ ଆଜି ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଝିଅର ନାମ ଖୁଲାସା କରିଛନ୍ତି। ସେ ରଣବୀର ଓ ଝିଅ ସହିତ ନିଜର ଏକ ଝାପ୍‌ସା ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ସୁନ୍ଦର ଜର୍ସି ଉପରେ ଫୋକସ୍‌ କରାଯାଇଛି ଏବଂ ତାହା ଉପରେ ‘ରାହା’ ନାମ ଲେଖା ହୋଇଛି।

ଆଲିଆ ଭିନ୍ନ ଭିନ୍ନ ଭାଷାରେ ‘ରାହା’ ନାମର ଯଥାର୍ଥତା ବୁଝାଇଛନ୍ତି ଏବଂ ଏହାକୁ ସେ କ୍ୟାପସନ ଦେଇଛନ୍ତି। ସେ ଲେଖିଛନ୍ତି, ‘ରାହା’ ନାମର ବହୁତ ସୁନ୍ଦର ଅର୍ଥ ରହିଛି। ସେ ସ୍ୱାହିଲି, ସଂସ୍କୃତି, ବଙ୍ଗଳା ଏବଂ ଆରବିକ୍‌ରେ ଏହାର ଅର୍ଥ ବୁଝାଇଛନ୍ତି। ଏହାପରେ ଆଲିଆ ଲେଖିଛନ୍ତି, ‘ଧନ୍ୟବାଦ ରାହା, ଆମ ପରିବାରକୁ ଜୀବନ୍ତ କରିବା ପାଇଁ। ଯେମିତି ଲାଗୁଛି, ଆମ ଜୀବନ ଏବେ ଆରମ୍ଭ ହୋଇଛି’।

 

View this post on Instagram

 

A post shared by Alia Bhatt 💛 (@aliaabhatt)

କହି ରଖୁଛୁ, ମା’ ହେବା ପରେ ଆଲିଆ ଭଟ୍ଟ ପ୍ରଥମ ଥର ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରିଥିଲେ। ଫଟୋରେ ଆଲିଆ ହାତରେ ଅରେଞ୍ଜ ରଙ୍ଗର କପ୍‌ ଧରିଥିବାର ଦେଖାଯାଇଥିଲା। ଏହି କପ୍‌ରେ ଲେଖା ହୋଇଥିଲା, ‘ମାମା’। କ୍ୟାପସନରେ ଆଲିଆ ଲେଖିଥିଲେ, ‘ୟେ ମୁଁ’।

ଆଲିଆ ଭଟ୍ଟ ଗତ ସପ୍ତାହରେ ଝିଅକୁ ଜନ୍ମ ଦେଇଥିଲେ। ମା’ ହେବା ପରେ ଏହା ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ପୋଷ୍ଟ ଥିଲା। ପୋଷ୍ଟକୁ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଥିଲେ ଏବଂ ତାଙ୍କୁ ଝିଅର ଫଟୋ ପୋଷ୍ଟ ସେୟାର କରିବାକୁ କହିଥିଲେ। ଲୋକମାନେ ଆଲିଆ ଓ ତାଙ୍କ ନବଜନ୍ମିତ କନ୍ୟା ସନ୍ତାନର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କାମନା କରିଥିଲେ। କିଛି ଜଣ ଆଲିଆ ଭଟ୍ଟଙ୍କ ମୁହଁ ଦେଖିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ।

କହି ରଖୁଛୁ, ଆଲିଆ ଭଟ୍ଟ ୬ ନଭେମ୍ବରରେ ଏଚ୍‌ଏନ ରିଲାଏନ୍ସ ହସ୍ପିଟାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ମା’ ହେବା ପରେ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ଖୁସି ଖବରକୁ ସେୟାର କରାଯାଇଥିଲା। ଆଲିଆ ୪ ଦିନ ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ଝିଅ ଓ ପତ୍ନୀଙ୍କୁ ହସ୍ପିଟାଲରୁ ଘରକୁ ନେଇ ଯିବା ସମୟରେ ରଣବୀର କପୁରଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।