କରୋନା ଲକ୍ ଡାଉନ୍ ମଧ୍ୟରେ ନିୟମ ଭାଙ୍ଗୁଛନ୍ତି ରଣବୀର ଆଲିଆ, ଦେଖନ୍ତୁ ଭାଇରାଲ୍ ହେଉଥିବା ଭିଡିଓ

କରୋନା ଭାଇରସ୍ କାରଣରୁ ସରକାର ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଦେଇଛନ୍ତି । ଏବେ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯାଇଛି ଯାହାଦ୍ୱାରା ଏହି ମହାମାରୀ ସଂକ୍ରମଣକୁ କମ୍ କରାଯାଇ ପାରିବ । ତେବେ ଏହା ମଧ୍ୟରେ ବଲିଉଡର ସେଲିବ୍ରେଟି ମାନେ ମଧ୍ଯ ଘରେ ରହିଥିବାର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରି ଲୋକମାନଙ୍କୁ ସଚେତନ କରାଉଛନ୍ତି । ନିକଟରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କର ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେମାନେ ଏକାସହିତ ରହୁଥିବା ନଜରକୁ ଆସିଛନ୍ତି ।

 

View this post on Instagram

 

#Aliabhatt #RanbirKapoor

A post shared by Entertainment Fan Page (@facc2911) on


ଲକ୍ ଡାଉନ୍ ପାଇଁ ଅତି ଆବଶ୍ୟକ ନଥିଲେ କେହିବି ଘରୁ ବାହାରୁନଥିବା ବେଳେ ଆଲିଆ ଓ ରଣବୀର ନିଜ ପୋଷା କୁକୁର ସହିତ ଏକ ବିଲଡିଂ ଭିତରକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ଦେଖି ଏପରି ଲାଗୁଛି ଯେ ଦୁହେଁ ନିଜର ପୋଷା କୁକୁରକୁ ବୁଲାଇବା ପାଇଁ ବାହାରକୁ ନେଇ ଯାଇଥିଲେ । ଏହା ମଧ୍ଯ ଅନୁମାନ କରାଯାଉଛି ଯେ ଦୁହେଁ ବର୍ତ୍ତମାନ୍ ଏକାସହିତ ରହୁଛନ୍ତି ।

 

View this post on Instagram

 

LOVE!🌻

A post shared by Alia Bhatt ☀️ (@aliaabhatt) on


ନିକଟରେ ଆଲିଆ ରଣବୀରଙ୍କ ପୋଷା କୁକୁରର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ସୂଚନା ଅନୁଯାୟୀ ରଣବୀର ଓ ଆଲିଆ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ଅମିତାଭ ବଚ୍ଚନ, ମୋନି ରାୟ ଏବଂ ଡିମ୍ପଲ କାପାଡ଼ିଆ ମଧ୍ଯ ଦେଖିବାକୁ ମିଳିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.