ରିଲିଜ ହେଲା ‘କେସରିଆ’ ଗୀତର ତେଲୁଗୁ ଭର୍ସନ, ଦେଖିବାକୁ ମିଳିଲା ଆଲିଆ-ରଣବୀରଙ୍କ କେମେଷ୍ଟ୍ରି

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ। ରଣବୀର ଆଲିଆଙ୍କ ବିବାହ ସମୟରେ ଫିଲ୍ମର ଗୀତ ‘କେସରିଆ’ର ଟିଜର ରିଲିଜ କରାଯାଇଥିଲା। ଏହାକୁ ଫ୍ୟାନ୍ସ ବହୁତ ପ୍ରଶଂସା ମଧ୍ୟ କରୁଥିଲେ। ଏବେ ଏହି ଗୀତର ତେଲୁଗୁ ଭର୍ସନ ଟିଜର ‘କୁମକୁମଲା’ ରିଲିଜ ହୋଇଛି।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ପ୍ୟାନ୍‌ ଇଣ୍ଡିଆ ରିଲିଜ କରିଛି। ଆଲିଆ ଭଟ୍ଟ ଏହି ଗୀତର ତେଲୁଗୁ ‘ଭର୍ସନ’ ଟିଜରକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ପାଖାପାଖି ୧ ମିନିଟର ଟିଜରରେ ‘କେସରିଆ’ର ତେଲୁଗୁ ଭର୍ସନ ‘କୁମକୁମଲା’ ବହୁତ ମେଲଡିଅସ୍‌ ରହିଛି। ଏହି ଗୀତକୁ ସିଡ ଶ୍ରୀରାମ ଗାଇଛନ୍ତି। ପ୍ରୀତମ କମ୍ପୋଜ କରିଛନ୍ତି। ଟିଜରରେ ଆଲିଆ ଏବଂ ରଣବୀରଙ୍କ ଦମଦାର କେମେଷ୍ଟ୍ରୀ ଦେଖିବାକୁ ମିଳିଛି।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

ବାରଣାସୀର ଘାଟ ଏବଂ ଗଳିରେ ଏହି ଫିଲ୍ମର ଗୀତର ସିନ ସୁଟ୍‌ କରାଯାଇଛି। ରୋମାନ୍ସରେ ଭରପୁର ଟିଜର ଦେଖି ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି। ୯ ସେପ୍ଟେମ୍ବରକୁ ‘ବ୍ରହ୍ମାସ୍ତ୍ର’ର ରିଲିଜ ହେବ। ସୂଚନାଯୋଗ୍ୟ, ଏହି ଫିଲ୍ମର ତିନିଟି ପାର୍ଟ ରହିବ। ପ୍ରଥମ ପାର୍ଟ ୯ ସେପ୍ଟେମ୍ବରରେ ରିଲିଜ ହେବ। ବାକି ଦୁଇଟି ଏହା ପରେ ରିଲିଜ ହେବ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ମୌନୀ ରାୟ, ନାର୍ଗାଜୁନ ପ୍ରମୁଖ ଭୂମିକାରେ ନଜର ଆସିବେ।

ରଣବୀର ଏବଂ ଆଲିଆ ୧୪ ଏପ୍ରିଲରେ ବିବାହ କରିଥିଲେ। ଦୁହେଁ ବିବାହ ପରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଜରିଆରେ ସିଲିଭର ସ୍କ୍ରିନରେ ଏକାଠି ନଜର ଆସିବେ।

 

View this post on Instagram

 

A post shared by Alia Bhatt 🤍☀️ (@aliaabhatt)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.