ଲକଡାଉନ ମଧ୍ୟରେ ଅମିତାଭ ବଚ୍ଚନ ନେଇ ଆସୁଛନ୍ତି ‘କୌନ ବାନେଗା କାରୋଡ଼ପତି’ ସିଜନ 12, ଏହି ଦିନଠାରୁ ଆରମ୍ଭ ହେବାକୁ ଯାଉଛି ରେଜିଷ୍ଟ୍ରେସନ

ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ପୁଣି ଥରେ ଟିଭିର ଲୋକପ୍ରିୟ ସୋ ‘କୌନ ବାନେଗା କାରୋଡ଼ପତି’ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଏହି ଶୋ’ର ଦ୍ୱାଦଶ ସିଜନ ଆରମ୍ଭ ହେବାକୁ ଯାଉଛି ବୋଲି ସୋନି ଟିଭି ଏ ବିଷୟରେ ସୂଚନା ଦେଇଛି । ଏହାବ୍ୟତୀତ ଅମିତାଭ ବଚ୍ଚନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି ।

ଏହି ଭିଡିଓରେ ଅମିତାଭ ବଚ୍ଚନ ନଜର ଆସିଛନ୍ତି ଏବଂ ସେ ରେଜିଷ୍ଟ୍ରେସନ ବିଷୟରେ ସୂଚନା ଦେଉଛନ୍ତି । ଭିଡିଓ ସେୟାର କରିବା ସହିତ ଚ୍ୟାନେଲ ଲେଖିଛି ଯେ, ”ସବୁକିଛି ଭାଙ୍ଗିପାରେ, କିନ୍ତୁ ସ୍ୱପ୍ନ ଭାଙ୍ଗି ପାରିବ ନାହିଁ । ଆପଣଙ୍କ ସ୍ୱପ୍ନକୁ ସଫଳ କରିବା ପାଇଁ ଅମିତାଭ ବଚ୍ଚନ ପୁଣିଥରେ ନେଇ ଆସୁଛନ୍ତି KBC 12″ ।


କେବିସି 12ର ରେଜିଷ୍ଟ୍ରେସନ ବିଷୟରେ ଅମିତାଭ ବଚ୍ଚନ କହିଛନ୍ତି, ‘ଦୁନିଆର ସବୁକିଛି ଜିନିଷ ଉପରେ ବ୍ରେକ ଲାଗିପାରେ କିନ୍ତୁ ଗୋଟିଏ ଜିନିଷ ଅଛି ଯାହା ଉପରେ କେବେ ବି ବ୍ରେକ୍ ଲାଗିପାରିବ ନାହିଁ ଏବଂ ତାହା ହେଉଛି ଆପଣଙ୍କର ସ୍ୱପ୍ନ’ । ମେଗାଷ୍ଟାର ଆହୁରି କହିଛନ୍ତି ଯେ ଏହି ସବୁ ସ୍ୱପ୍ନକୁ ସଫଳ କରିବା ପାଇଁ କେବିସି ପୁଣିଥରେ ଟିଭି ପରଦାରେ ଆସୁଛି । ଏହି ଗେମ୍ ସୋ ପାଇଁ ପଞ୍ଜୀକରଣ ମେ ୯ ତାରିଖ ରାତି ୯ ଟାରେ କେବଳ ସୋନି ଟିଭିରେ ଆରମ୍ଭ ହେବ । ଲକଡାଉନ ଯୋଗୁଁ ବିଗବି ଏହି ଶୋ’ର ପ୍ରୋମୋ ଭିଡିଓ ନିଜ ଘରେ ଶୁଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.