ରାୟଗଡା ଜିଲ୍ଲାରୁ ନିଜ ରାଜ୍ୟକୁ ଗଲେ ୪୭ ପ୍ରବାସୀ, ଏକମାସ କ୍ୱାରେଣ୍ଟାଇନରେ ରହିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଗାଡିରେ ପଠାଯାଇଛି

ରାୟଗଡା: ଏକମାସ କ୍ୱାରେଣ୍ଟାଇନରେ ରହିବା ପରେ ନିଜ ରାଜ୍ୟକୁ ଗଲେ ଲୋକେ। ଗତ ମାର୍ଚ୍ଚ ୨୯ତାରିଖରୁ ରାଜସ୍ଥାନର ୩୭ଜଣ ଓ ଛତିଶଗଡ଼ର ୧୦ଜଣଙ୍କୁ ରାୟଗଡ଼ା ଜିଲ୍ଲାର କେରେଡ଼ା ଗାଁର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ଜିଲ୍ଲା ପ୍ରଶାସନର ଉଦ୍ୟମ ପରେ ସେମାନଙ୍କୁ ଗୋଟିଏ ବସ ଓ ଦୁଇଟି ବୋଲେରୋ ଯୋଗେ ନିଜ ନିଜ ରାଜ୍ୟକୁ ପଠାଯାଇଛି । ଉଭୟ ଗାଡ଼ିରେ ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ଦୀର୍ଘ ଦିନ ପରେ ସେମାନେ ନିିଜ ରାଜ୍ୟକୁ ଫେରୁଥିବାରୁ ସେମାନେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.