ରିଲିଜ୍‌ ହେଲା ଈଶାନ୍‌ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ୍‌ ଫିଲ୍ମ ‘ଖାଲି ପିଲି’ର ପୋଷ୍ଟର

୨୦୧୮ ମସିହାରେ ଧଡ଼କ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିବା ଶାହିଦ କପୁରଙ୍କ ସାନ ଭାଇ ଈଶାନ୍‌ ଖଟ୍ଟର ପୁଣିଥରେ ବଡ଼ପରଦାରେ ଲୋକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଲେଣି। ଖୁବ୍‌ଶୀଘ୍ର ତାଙ୍କୁ ‘ଖାଲି ପିଲି’ ଫିଲ୍ମରେ ଅନନ୍ୟା ପାଣ୍ଡେଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ।

ନ୍ୟୁ ଇୟରରେ ଈଶାନ ନିଜ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଚାହୁଁ ଚାହୁଁ ପୋଷ୍ଟରଟି ବିଜୁଳିବେଗରେ ଭାଇରାଲ ହୋଇଥିଲା। ଏହି ପୋଷ୍ଟରରେ ଈଶାନ୍‌ ଓ ଅନନ୍ୟା ପାଣ୍ଡେ ଏକ ଟ୍ୟାକ୍ସିରେ ବସିଥିବା ନଜର ଆସିଛି।

ଫିଲ୍ମ ବିଷୟରେ ସୂଚନା ଦେଇ ଅନନ୍ୟା କହିଛନ୍ତି ସେ ଏକ ରୋମାଣ୍ଟିକ୍‌ କରିବାକୁ ଚାହୁଁଥିଲେ। ଖାଲିପିଲି ହେଉଛି ସେଭଳି ଏକ ଫିଲ୍ମ। ଈଶାନଙ୍କ ସହ କାମ କରିବା ବେଳେ ସେ ଖୁବ୍‌ ଏନ୍‌ଜୟ କରିଥିଲେ ବୋଲି କହିଛନ୍ତି ଅନନ୍ୟା। ଏହି ଫିଲ୍ମରେ ଲଭ୍‌, ରୋମାନ୍ସ ସହ ଡ୍ରାମା ଦେଖିବାକୁ ମିଳିବ।

ମକବୁଲ ଖାନ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ମୁମ୍ବାଇ ଉପରେ ପର୍ଯ୍ୟବେସିତ। ଫିଲ୍ମର ଅଧାଧିକ ଭାଗ ରାତିରେ ସୁଟିଂ କରାଯାଇଛି। ଫିଲ୍ମରେ ଜୟଦୀପ୍‌ ଆହାଲଓ୍ଵାଟ୍‌ ନେଗେଟିଭ୍‌ ଚରିତ୍ରରେ ନଜର ଆସିବେ। ଚଳିତବର୍ଷ ଜୁନ୍‌ ୧୨ ତାରିଖରେ ‘ଖାଲି ପିଲି’ ହଲ୍‌କୁ ଆସିବ ବୋଲି ଜଣାଯାଇଛି।

Leave A Reply

Your email address will not be published.