ବାପା ହେବେ ବିରାଟ, ସୋସିଆଲ ମିଡିଆରେ ସୂଚନା ଦେଲେ ପତ୍ନୀ ଅନୁଷ୍କା ଶର୍ମା

ମା ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା, ଖୁବ ଶୀଘ୍ର ବାପା ହେବେ ବିରାଟ କୋହଲି । ଉଭୟ ଏହି ଖୁସି ଖବରକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି “ଏବେ ଆମେ ଦୁହେଁ ତିନି ହେବାକୁ ଯାଉଛୁ । ଜାନୁଆରୀ 2021 ରେ ଛୋଟ ଅତିଥି ଆସୁଛନ୍ତି ।”

anushka sharma

ଗତ କିଛିଦିନ ହେବ ଅନୁଷ୍କାଙ୍କ ଗର୍ଭବତୀ ହେବାର ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା। ସୂଚନା ଅନୁଯାୟୀ ଅନୁଷ୍କା ମୁମ୍ବାଇର ଏକ କ୍ଲିନିକ ବାହାରେ ନଜର ଆସିଥିଲେ ଯାହାପରେ ଅନୁଷ୍କା ଗର୍ଭବତୀ ଥିବା ଅନୁମାନ କରାଯାଉଥିଲା। ତେବେ ବର୍ତ୍ତମାନ ଅଭିନେତ୍ରୀ ଏନେଇ ନିଜେ ସୂଚନା ଦେଇଛନ୍ତି ।

अनुष्का और विराट

ଏଣୁସକଙ୍କ ଏହି ପୋଷ୍ଟରେ କମେଣ୍ଟର ସୁଅ ଛୁଟିଛି । ଉଭୟ ବିରାଟ ଏବଂ ଅନୁଷ୍କାଙ୍କୁ ତାଙ୍କର ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଖୁସି ଖବର ପଢିବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ବାର୍ତ୍ତା ପଠାଇବା ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.