ଲେଡି ଲଭ୍‌ ମଲାଇକାଙ୍କ ପ୍ରେଗ୍‌ନାନ୍ସି ଖବରକୁ ନେଇ ରାଗିଗଲେ ଅର୍ଜୁନ କପୁର, କହିଲେ, ‘ଆମ ବ୍ୟକ୍ତିଗତ ଜୀବନ ସହିତ ଖେଳନାହିିଁ…’

ଅନେକ େଓ୍ଵବ୍‌ସାଇଟରେ କିଛି ଦିନ ହେବ ଖବର ଆସୁଛି କି, ମଲାଇକା ଅରୋରା ଓ ଅର୍ଜୁନ କପୁର ଖୁବ୍‌ ଜଲ୍‌ଦି ନିଜର ପ୍ରଥମ ସନ୍ତାନକୁ ସ୍ୱାଗତ କରି ପାରନ୍ତି। ଏହି ଖବର ନିଅାଁ ଭଳି ବ୍ୟାପି ଚାଲିଛି। କିନ୍ତୁ ଏବେ ଅର୍ଜୁନ କପୁର ଏହାକୁ ନେଇ ଏକଦମ୍‌ ରାଗି ଯାଇଛନ୍ତି ଏବଂ କ୍ରୋଧରେ ଏଭଳି ଖବର ଉପରେ ପୂର୍ଣ୍ଣ ବିରାମ ଲଗାଇ ଦେଇଛନ୍ତି। କହି ରଖୁଛୁ, ଅର୍ଜୁନ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ନେଇ ଏକ ଷ୍ଟୋରୀ ସେୟାର କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଅର୍ଜୁନ କପୁର ମଲାଇକା ଅରୋରାଙ୍କ ପ୍ରେଗ୍‌ନାନ୍ସି ଖବରର ସ୍କ୍ରିନଶର୍ଟ ସେୟାର କରି ଅନେକ କିଛି ଲେଖିଛନ୍ତି। ଅଭିନେତା ସମ୍ପୃକ୍ତ ରିପୋର୍ଟର ଏବଂ େଓ୍ଵବ୍‌ସାଇଟକୁ ଟ୍ୟାଗ୍‌ କରି କହିଛନ୍ତି କି, ‘କେତେ ଦାୟିତ୍ୱହୀନତା ଭାବେ ଏଭଳି ଖବରକୁ ପବ୍ଲିସ୍‌ କରି ଦିଆଯାଇଛି। ଏହା କେତେ ଇନ୍‌ସେନ୍ସିଟିଭ ଏବଂ ଅନଏଥିକାଲ’।

arjun2
photo: aajtak

ବାସ୍ତବରେ, ଏକ ରିପୋର୍ଟରେ ମଲାଇକା ଅରୋରାଙ୍କ ପ୍ରେଗ୍‌ନାନ୍ସିକୁ ନେଇ ଦାବି କରାଯାଇଥିଲା। ଏଥିରେ କୁହାଯାଇଥିଲା କି, ମଲାଇକା ଅରୋରା ଓ ଅର୍ଜୁନ କପୁର ଅକ୍ଟୋବରରେ ଲଣ୍ଡନ ଯାଇଥିଲେ, ଯେଉଁଠି ଉଭୟ ନିଜର ଘନିଷ୍ଠ ବନ୍ଧୁଙ୍କୁ ପ୍ରେଗ୍‌ନାନ୍ସି ବିଷୟରେ କହିଥିଲେ। ଏବେ ଅଭିନେତା ଅର୍ଜୁନ କପୁର ଏହି ରିପୋର୍ଟ ଉପରେ କହିଛନ୍ତି, ସେ ପ୍ରାୟତଃ ଏହି ପ୍ରକାରର ଫେକ୍‌ ଗସିପ୍‌ ଆର୍ଟିକଲ୍ସକୁ ଇଗ୍ନୋର କରି ଦିଅନ୍ତି, ଯେଉଁ କାରଣରୁ ଜର୍ଣ୍ଣାଲିଷ୍ଟ ଏମିତି ନ୍ୟୁଜ୍‌ ଛାପନ୍ତି। ଇଟ୍‌ସ ନଟ୍‌ ଡନ୍‌।

ଅର୍ଜୁନ କପୁର ନିଜ କଥାକୁ ଶେଷ କରି ଲେଖିଛନ୍ତି, ‘ଆମ ବ୍ୟକ୍ତିଗତ ଜୀବନରେ ଖେଳିବାକୁ ସାହସ କରନାହିଁ’। ଅଭିନେତାଙ୍କର ଏଭଳି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସେପଟେ ଯେଉଁ େଓ୍ଵବ୍‌ସାଇଟର ସ୍କ୍ରିନ୍‌ଶର୍ଟ ଅଭିନେତା ସେୟାର କରିଛନ୍ତି, ସେହି େଓ୍ଵବ୍‌ସାଇଟ ମଲାଇକାଙ୍କ ପ୍ରେଗ୍‌ନାନ୍ସି ଖବରକୁ ଅନ୍‌ପବ୍ଲିସ୍‌ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.