ଡ୍ରିମଗର୍ଲଙ୍କୁ ପ୍ରଥମ ଥର ଦେଖି ଲାଜେଇ ଯାଇଥିଲେ ଅଟଳ ବିହାରୀ : ୨୫ ଥର ଦେଖିଥିଲେ ହେମାଙ୍କ ଗୋଟିଏ ସିନେମା

୮୦ ଦଶକର ସୁପରହିଟ୍ ଅଭିନେତ୍ରୀ ହେମାମାଳିନୀ । ନିଜ ନିଖୁଣ ଅଭିନୟ ଏବଂ ମତୁଆଲା ଅନ୍ଦାଜରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟର ଡ୍ରିମଗର୍ଲ ବନିଯାଇଛନ୍ତି ହେମାମାଳିନୀ । ହେମାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟରୁ ଜଣେ ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଜାଣି ଆଶ୍ଚର୍ୟ୍ୟ ହେବେ ହେମାମାଳିନୀଙ୍କ ‘ସୀତା ଔର୍ ଗୀତା’ ସିନେମାକୁ ୨୫ଥର ଦେଖିଛନ୍ତି ଅଟଳ ବିହାରୀ ।

ଏ କଥାର ଖୁଲାସା କରିଥିଲେ ନିଜେ ହେମାମାଳିନୀ । ହେମା କହିବା ଅନୁଯାୟୀ, ରାଜନୀତିକୁ ଆସିବା ଯାଏଁ ହେମାମାଳିନୀ କେବେ ଅଟଳ ବିହାରୀଙ୍କୁ ଭେଟିନଥିଲେ । ତେବେ ଏନେଇ ଦିନେ ସେ ଦଳର ଜଣେ ବରିଷ୍ଠ ନେତା ମାନଙ୍କୁ ନିଜ ମନ କଥା କହିବା ସହ ଅଟଳ ବିହାରୀଙ୍କୁ ଦେଖା କରିବାକୁ ଇଛା ପ୍ରକାଶ କରିଥିଲେ । ଏହାପରେ ସେ ହେମାମାଳିନୀଙ୍କୁ ବାଜପେୟୀଙ୍କ ନିକଟକୁ ନେଇ ଯାଇଥିଲେ।

ଏହା ପରେ ଯେତେବେଳେ ହେମା ଯାଇଥିଲେ ସେତେବେଳେ ଅଟଳ ବିହାରୀ ତାଙ୍କୁ ଅଣଦେଖା କରିଥିଲେ । ତେଣୁ ସେଠାରେ ଉପସ୍ଥିତ ଜଣେ ମହିଳାଙ୍କୁ ହେମା ପଚାରିଥିଲେ କି ଅଟଳ ବିହାରୀ କାହିଁକି ତାଙ୍କ ସହ ଠିକ ଭାବରେ କଥା ହେଉନାହାଁନ୍ତି । ତେବେ ମହିଳାଙ୍କ ଉତ୍ତରରେ ହେମାମାଳିନୀ ଆଶ୍ଚର୍ୟ୍ୟର ସୀମା ରହି ନଥିଲା । ମହିଳା ଜଣକ କହିଥିଲେ ‘ପ୍ରକୃତରେ ଅଟଳ ବିହାରୀ ଆପଣଙ୍କର ବହୁତ ବଡ ପ୍ରଶଂସକ । ସେ ଆପଣଙ୍କ ସିନେମା ‘ସୀତା ଔର୍ ଗୀତା’କୁ ୨୫ ଥର ଦେଖିଛନ୍ତି । ଆଜି ହଠାତ୍ ଆପଣଙ୍କୁ ସାମ୍ନାରେ ଦେଖି ଟିକେ କୁଣ୍ଠାବୋଧ କରି କିଛି କହିପାରୁ ନାହାନ୍ତି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.