ରାମାନନ୍ଦ ସାଗରଙ୍କ ରାମାୟଣର ଏହି ଚରିତ୍ରରେ ନଜର ଆସିଥିଲେ ଆୟୁଷ୍ମାନଙ୍କ ଶାଶୁ, ଜାଣନ୍ତୁ କିଏ ସେ

ଲକ ଡାଉନ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣ ଓ ବିଆର ଚୋପ୍ରାଙ୍କ ମହାଭାରତର ପୁନଃ ପ୍ରସାରଣ କରାଯାଇଛି । ଯେଉଁ ମାନେ କୌଣସି କାରଣରୁ ସେସମୟର ରାମାୟଣ ଦେଖି ପାରିନଥିଲେ, ସେମାନେ ଏବେକା ସମୟରେ ଖାଲି ଦେଖୁ ନାହାନ୍ତି ବରଂ ତାହାର କାହାଣୀକୁ ଧ୍ୟାନର ସହ ବୁଝିବାକୁ ଚେଷ୍ଟା ବି କରୁଛନ୍ତି । ଖାଲି ସେତିକି ନୁହେଁ କିଛି ଲୋକ ତ ଏହି ପୌରାଣିକ କାହାଣୀ ଗୁଡିକର ଚରିତ୍ରରେ ଅଭିନୟ କରିଥିବା କଳାକାର ମାନଙ୍କ ଅସଲି ଜୀବନ ବିଷୟରେ ବିଭିନ୍ନ ସ୍ରୋତରୁ ଜାଣିବାକୁ ଚେଷ୍ଟା ବି କରୁଛନ୍ତି । ଏହି କାରଣରୁ ଏହି ଚରିତ୍ର ମାନଙ୍କ ସମ୍ବନ୍ଧରେ ଲୁଚି ରହିଥିବା କିଛି ନୂଆ କଥା ବାହାରକୁ ଆସୁଛି ।

ayusman

ଆପଣ ହୁଏତ ଜାଣି ନଥିରେ ଏହି ରାମାୟଣରେ ଏକ ଗୁରୁତ୍ୱପୂର୍ଣ ଭୂମିକାରେ ନଜର ଆସିଥିବା ଜଣେ କଳାକାରଙ୍କର ବଲିଉଡ କଳାକାର ଆୟୁସ୍ମାନ ଖୁରାନାଙ୍କ ସହ ଏକ ନିବିଡ ସମ୍ପର୍କ ଅଛି । ପ୍ରକୃତରେ ଆୟୁସ୍ମାନ ଖୁରାନାଙ୍କ ଶାଶୁ ରମାନନ୍ଦ ସାଗରଙ୍କ ରାମାୟଣରେ ଏକ ପ୍ରମୁଖ ଅଭିନେତ୍ରୀ ଥିଲେ । ଏହି ଧାରାବାହିକରେ ତାଙ୍କ ଚରିତ୍ର ଏକ ଲମ୍ବା ସମୟ ପାଇଁ ଥିଲା । ରାମାୟଣର ସୀତାହରଣ ପରେ ଅଶୋକ ବାଟିକାରେ ସୀତାଙ୍କୁ ରଖା ଯାଇଥିଲା । ଏହି ସମୟରେ ସେଠାରେ ସୀତାଙ୍କ ସୁଖ ଦୁଃଖର ଏକମାତ୍ର ସାହାରା ତ୍ରିଜଟା ହିଁ ଥିଲେ । ରାକ୍ଷସ କୂଳରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର ସ୍ଵଭାଵ ସମସ୍ତଙ୍କ ଠାରୁ ଭିନ୍ନ ଥିଲା ।

ସେ ହିଁ ଅଶୋକ ବନରେ ସୀତାଙ୍କ ବଞ୍ଚିବାର ସାହାରା ପାଲଟି ଥିଲେ ଏହି ସମୟରେ ସୀତାଙ୍କ ପ୍ରତିଟି ସୁଖ ଦୁଃଖ ବୁଝିଥିଲେ । କହି ରଖିବା ଉଚିତ ହେବକି, ରାମାନନ୍ଦ ସାଗରଙ୍କ ରାମାୟଣରେ ତ୍ରିଜଟା ଚରିତ୍ରରେ ନଜର ଆସିଥିବା ତ୍ରିଜଟାଙ୍କ ପ୍ରକୃତ ନାଁ ଅନିତା କଶ୍ୟପଃ । ଅନିତା ହେଉଛନ୍ତି ଆୟୁସ୍ମାନଙ୍କ ପତ୍ନୀ ତାହିରା କଶ୍ୟପଙ୍କ ମା । କହି ରଖିବା ଉଚିତ ହେବକି ଆୟୁସ୍ମାନ ଓ ତାହିରାଙ୍କ ବିବାହ ଆଜକୁ ଠିକ ୧୨ ବର୍ଷ ପୂର୍ବେ ହୋଇଥିବାବେଳେ ଅନିତାଙ୍କ ପରିଚୟ ପଦାକୁ ଆସିନଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.