କାଜଲଙ୍କ ଫ୍ୟାନଙ୍କ ପାଇଁ ଖରାପ ଖବର ।

ମୁମ୍ବାଇ : ପୁଣି ଥରେ ଚଲବୁଲି ନାୟିକା ନିଜର ଅଭିନୟର ଜଲୱା ବଡ଼ପରଦାରେ ଦେଖାଇବାକୁ ଯାଉଛନ୍ତି। ନିକଟରେ ରିଲିଜ୍ ହେବାକୁ ଥିବା ହେଲିକ୍ୟାପ୍ଟର ଇଲାର ରିଲିଜ ଡେଟ୍‌ ଘୁଞ୍ଚିଛି। ପୂର୍ବରୁ ଫିଲ୍ମଟି ୭ସେପ୍ଟେମ୍ବରରେ ରିଲିଜ ହେବାକୁ ଥିବା ବେଳେ ଏବେ ତାହା ଅକ୍ଟୋବର ୧୨ରେ ରିଲିଜ ହେବ ବୋଲି ଜଣାପଡ଼ିଛି।

ବହୁ ଦିନର ବ୍ଯବଧାନରେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି କାଜଲ। ତେବେ ଫିଲ୍ମର ରିଲିଜ ଡ଼େଟ ବିଲମ୍ବ ହେବାର କାରଣ ହେଉଛି ନିର୍ଦ୍ଦେଶକ ପ୍ରଦୀପ ସରକାର ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ଏବେ ହସପିଟାଲରେ ଚିକିତ୍ସା ଚାଲିଛି। ଆନନ୍ଦ ଗାନ୍ଧୀଙ୍କ ଗୁଜୁରାଟୀ ନାଟକ ବେଟା କାଗଡୋ କାହାଣୀକୁ ନେଇ ହେଲିକ୍ୟାପ୍ଟର ଇଲାର କାହାଣୀ ।

ନିଶ୍ଚିତ ପଢ଼ନ୍ତୁ: କାହିଁକି ପରିବା ବିକ୍ରି କରୁଛନ୍ତି ଏହି ଅଭିନେତ୍ରୀ

ଟ୍ରେଲରରେ କାଜୋଲ ଜଣେ ସିଙ୍ଗିଲ ମଦର ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶନା  ପ୍ରଦୀପ ସରକାର ଦେଇଥିବାବେଳେ ପ୍ରଯୋଜନା କରିଛନ୍ତି ଅଜୟ ଦେବଗନ ଓ ଜୟନ୍ତୀଲାଲ ଗଡା। ଫିଲ୍ମରେ ରିଧି ସେନ୍‌ ଓ ନେହା ଧୂପିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.