କାମ ଦେଲା ସିଷ୍ଟମ୍: ‘ବିଗ୍‌ ବସ୍‌’ର ସବୁ ରେକର୍ଡ ଭାଙ୍ଗି ଏଲଭିଶ ଯାଦବ ହେଲେ ବିଜେତା

ବହୁ ଚର୍ଚ୍ଚିତ ସୋ ‘ବିଗ୍‌ ବସ୍‌ ଓଟିଟି ୨’ କୁ ମିଳିଛି ତାହାର ବିଜେତା । ପ୍ରଥମ ଥର‘ବିଗ୍‌ ବସ୍‌’ରେକର୍ଡ ଭାଙ୍ଗିଛି ଓ୍ଵାଇଲ୍ଡ କାର୍ଡର୍ ଏଣ୍ଟ୍ରି । ଏଲଭିଶ ଯାଦବ ଏହି ସୋ'ର ବିଜେତା ହୋଇଛନ୍ତି । ଏଲଭିଶ ଯାଦବ ବିଗ୍‌ ବସ୍‌ ର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଜିତିଛନ୍ତି । ଏହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ବହୁତ ଖୁସିର କଥା ।

ବହୁ ଚର୍ଚ୍ଚିତ ସୋ ‘ବିଗ୍‌ ବସ୍‌ ଓଟିଟି ୨’ କୁ ମିଳିଛି ତାହାର ବିଜେତା । ପ୍ରଥମ ଥର‘ବିଗ୍‌ ବସ୍‌’ରେକର୍ଡ ଭାଙ୍ଗିଛି ଓ୍ଵାଇଲ୍ଡ କାର୍ଡର୍ ଏଣ୍ଟ୍ରି । ଏଲଭିଶ ଯାଦବ ଏହି ସୋ’ର ବିଜେତା ହୋଇଛନ୍ତି । ଏଲଭିଶ ଯାଦବ ବିଗ୍‌ ବସ୍‌ ର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଜିତିଛନ୍ତି । ଏହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ବହୁତ ଖୁସିର କଥା ।

ସୋମବାର ଦିନ ସଲମାନ ଖାନ୍‌ ହୋଷ୍ଟିଂ କରୁଥିବା ସୋ ‘ବିଗ୍‌ ବସ୍‌ ଓଟିଟି ୨’ ର ଗ୍ରାଣ୍ଡ୍‌ ଫିଇନାଲ ଥିଲା । ଯେଉଁଥିରେ ଏଲଭିଶ ଯାଦବ ବିଜେତା ହୋଇଥିଲେ ଏବଂ ଅଭିଶେକ ମଲହାନ ପ୍ରଥମ ରନର୍ସ ଅପ୍‌ ଓ ମନୀଷା ରାନୀ ଦ୍ୱିତୀୟ ରନର୍ସ ଅପ୍‌ ହୋଇଥିଲେ । ସୋ ର ଗ୍ରାଣ୍ଡ ଫାଇନାଲ ବହୁତ ମଜାଦାର ହୋଇଥିଲା ।

‘ବିଗ୍‌ ବସ୍‌ ଓଟିଟି ୨’ର ଟପ ୩ ଜଣ ପ୍ରତିଯୋଗୀ ଥିଲେ ଏଲଭିଶ ଯାଦବ, ଅଭିଶେକ ମଲହାନ ଓ ମନୀଷା ରାନୀ । ପୁରା ସିଜିନ୍‌ ବହୁତ ମଜାଦାର ରହିଥିଲା । ତେବେ ଏହି ସୋ ରେ ବାଦଶାହା ଓ କୃଷ୍ଣା ଅମିଶେକ ମଧ୍ୟ ନଜର ଅସିଥିଲେ । ଏହା ସହିତ ମହେଶ ଭଟ୍ଟ ମଧ୍ୟ ପୂଜା ଭଟ୍ଟଙ୍କୁ ସମର୍ଥନ କରିବାକୁ ସୋ ରେ ପହଞ୍ଚିଥିଲେ । ଆୟୁଷ୍ମାନ ଖୁରାନା ଓ ଅନନ୍ୟା ପାଣ୍ଡେ ତାଙ୍କ ଫିଲ୍ମ ‘ଡ୍ରିମ୍‌ ଗାର୍ଲ ୨’ କୁ ପ୍ରମୋସନ କରିବା ପାଇଁ ବି ପହଞ୍ଚିଥିଲେ ।

ସୋ ର ପୂର୍ବତନ ପ୍ରତିଯୋଗୀ ଓ ମନୀଷା ରାନୀ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଏହା ସହିତ ଏଲଭିସ ଯାଦବଙ୍କ ରାଉଡି ଷ୍ଟାଇଲ୍‌ ସୋ ରେ ଛାଇ ଯାଇଥିଲା । ଏହି ସୋ ରେ କମେଡି ଓ ଡ୍ୟାନ୍ସ ଭଳି ଅନେକ କଥା ଦେଖିବା ପାଇଁ ମିଳିଥିଲା । ଚଳିତ ‘ବିଗ୍‌ ବସ୍‌ ଓଟିଟି ୨’ ଫ୍ୟାନ୍ସଙ୍କୁ ଭରପୁର ମନୋରଞ୍ଜନ କରିଛି । ଏହି ସୋ ରେ ଟିଭି ଦୁନିଆର ଅନେକ ଅଭିନେତା ନଜର ଆସିଥିଲେ ।

ସେହିପରି ସୋସିଆଲ ମିଡିଆର ଇନ୍‌ଫ୍ଲୁଏନ୍ସର ମଧ୍ୟ ସେମାନଙ୍କୁ କଡା ଟକ୍କର ଦେଇଥିଲେ । ଏହି କାରଣ ଥିଲା ଯେ ଟପ ୫ ପ୍ରତିଯୋଗୀଙ୍କ ମଧ୍ୟରୁ ୩ ଜଣ ଇନ୍‌ଫ୍ଲୁଏନ୍ସର, ଏଲଭିସ ଯାଦବ, ଅଭିଶେକ ମଲହାନ ଓ ମନୀଷା ରାନୀ ଶେଷ ପର୍ଯ୍ୟନ୍ତ ସୋ ରେ ରହିଥିଲେ । ଅଭିନେତ୍ରୀ ବାବିକା ଧ୍ରୁବେ ଓ ପୂଜା ଭଟ୍ଟ ଟପ ୫ରେ ସାମିଲ ଥିଲେ । ଏହି ସୋ କୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ ।

ଏହି ସୋ ରେ ଫଲକ ନାଜ, ଅଭିନାଶ ସଚ୍ଚଦେବ, ଆଲିଆ ସିଦ୍ଦିକି, ଜିଆ ଶଙ୍କର, ପୁଣେ କୁମାର,ପଲକ ପୁରସଓ୍ଵାନୀ, ଆକାଂକ୍ଷା ପୁରି, ଜେଡି ହାଦିଦ୍‌ ଭଳି ଷ୍ଟାର ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.