ଶ୍ରାବଣ ମାସରେ ଅମରନାଥ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ

ସାରା ଜଣେ ମୁସଲମାନ ହୋଇ ମଧ୍ୟ ସବୁବେଳେ ହିନ୍ଦୁ ଧର୍ମକୁ ବହୁତ ଭଲ ପାଇଥାନ୍ତି। ଏବେ ଶ୍ରାବଣ ମାସ ଚାଲିଥିବା ବେଳେ ସାରା ଭଗବାନ ଶିବଙ୍କ ଦର୍ଶନ ପାଇଁ ଜମ୍ମୁ କଶ୍ମୀରର ଅମରନାଥ ଧାମ ପରିଦର୍ଶନ କରିଥିବା ଦେଖାଯାଇଛି । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜର ସରଳତା ପାଇଁ ବେଶ୍‌ ଜଣାଶୁଣା । ଗ୍ଲାମର ଦୁନିଆ ସହିତ ଜଡିତ ଥିଲେ ମଧ୍ୟ ସବୁବେଳେ ସାଧାରଣ ଭାବେ ଜୀବନଯାପନ କରିବାକୁ ପସନ୍ଦ କରନ୍ତି । ଫିଲ୍ମ ଛାଡିଦେଲେ ସେ ସବୁବେଳେ ସାଧାରଣ ଲୁକ୍‌ରେ ଦେଖିବାକୁ ମିଳିଥାନ୍ତି। ଏବେ ପୁଣିଥରେ  ଅଭିନେତ୍ରୀ ସାରା ଅଲି ଖାନଙ୍କୁ ନେଇ ଚର୍ଚ୍ଚା ।

ସାରା ଜଣେ ମୁସଲମାନ ହୋଇ ମଧ୍ୟ ସବୁବେଳେ ହିନ୍ଦୁ ଧର୍ମକୁ ବହୁତ ଭଲ ପାଇଥାନ୍ତି। ଏବେ ଶ୍ରାବଣ ମାସ ଚାଲିଥିବା ବେଳେ ସାରା ଭଗବାନ ଶିବଙ୍କ ଦର୍ଶନ ପାଇଁ ଜମ୍ମୁ କଶ୍ମୀରର ଅମରନାଥ ଧାମ ପରିଦର୍ଶନ କରିଥିବା ଦେଖାଯାଇଛି । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଅଭିନେତ୍ରୀ ହାତରେ ବାଡ଼ି ଧରି ଅମରନାଥ ଯାତ୍ରା କରୁଥିବାର ନଜର ଆସିଛନ୍ତି। ପ୍ରାୟତଃ ଅଭିନେତ୍ରୀ ଭଗବାନ ଶିବଙ୍କୁ ପୂଜା କରୁଥିବା ଏବଂ ତାଙ୍କ ଦର୍ଶନ ପାଇଁ କେଦାରନାଥ ଯାଉଥିବା ଦେଖାଯାଉଥିବାବେଳେ ସାରା ଅମରନାଥ ଧାମ ପରିଦର୍ଶନ କରିଛନ୍ତି ।

ଅମରନାଥ ଧାମରୁ ସାମ୍ନାକୁ ଆସିଥିବା ଏହି ଭିଡିଓରେ ଯାହା ଦେଖିବାକୁ ମିଳିଛି, ସାରା ଏକ ନୀଳ ରଙ୍ଗର ଟ୍ରାକ ସୁଟ ପିନ୍ଧିଛନ୍ତି । ନିଜର କେଶକୁ ବାନ୍ଧିକ ଶାଲ ପକାଇଛନ୍ତି । ସାରା ତାଙ୍କ ବେକରେ ଏକ ଲାଲ୍ ରଙ୍ଗର ଓଢ଼ଣୀ ପକାଇଥିବା ଦେଖିବାକୁ ମିଳିଛି। ଭିଡିଓରେ ସାରାଙ୍କ ସହତ ଅନେକ ଭକ୍ତ ଚାଲି ଚାଲି ଯାଉଥିବାର ନଜର ଆସିଛି। ଭକ୍ତଙ୍କ ସହ କିଛି ପୋଲିସ୍ କର୍ମଚାରୀ ମଧ୍ୟ ଅଭିନେତ୍ରୀଙ୍କ ସୁରକ୍ଷା ପାଇଁ ତାଙ୍କ ସହ ଚାଲୁଥିବା ଦେଖାଯାଇଛି।  ସୂଚନା ଥାଉକି, ତାଙ୍କ ପ୍ରଥମ ବଲିଉଡ ଫିଲ୍ମ କେଦାରନାଥ ସୁଟ୍ ହୋଇଥିବା ବେଳେ ଅନେକ ସମୟରେ ସେ ନିଜ ବନ୍ଧୁମାନଙ୍କ ସହ କେଦାରନାଥ ଯାଇଥିବା ଦେଖିବାକୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.