ICUରେ ବଲିଉଡ୍‌ କୋରିଓଗ୍ରାଫର ରେମୋ ଡିସୌଜା, ଶୀଘ୍ର ଆରୋଗ୍ୟ କାମନା କଲେ ଫ୍ୟାନ୍ସ

ବଲିଉଡ୍‌ କୋରିଓଗ୍ରାଫର ଏବଂ ଫିଲ୍ମମେକର ରେମୋ ଡିସୌଜା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଆଜି ଦିନ ୨ଟା ୩୦ ମିନିଟରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଲା। ଯାହାପରେ ତାଙ୍କୁ କୋକିଲାବେନ ହସପିଟାଲରେ ଆଡମିଟ୍‌ କରାଯାଇଛି। ସେଠାରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇଛି।

ରେମୋଙ୍କ ହାର୍ଟ ବ୍ଲକେଜ୍‌ ହଟାଇବା ପରେ ତାଙ୍କୁ ଆଇସିୟୁକୁ ସିଫ୍ଟ କରିଦିଆଯାଇଛି। ତାଙ୍କ ସହିତ ହସପିଟାଲରେ ତାଙ୍କ ସ୍ତ୍ରୀ ଲିଜେଲ୍‌, କୋରିଓଗ୍ରାଫର ଧର୍ମେଶ ଏବଂ ସମ୍ପର୍କୀୟ ଅଛନ୍ତି। ରେମୋଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ରହିଛି।

ଫ୍ୟାନ୍ସ କାମନା କଲେ ଜଲଦି ଠିକ ହେବା ପାଇଁ କାମନା

ସୂଚନା ମୁତାବକ ୪୬ ବର୍ଷିୟ ରେମୋଙ୍କୁ ଆଇସିୟୁକୁ ସିଫ୍ଟ କରିଦିଆଯାଇଛି। ରେମୋ ଏବଂ ଲିଜେଲଙ୍କର ଦୁଇଟି ପୁଅ ଅଛି। ତେବେ ରେମୋଙ୍କର ଏପରି ଖବର ଶୁଣି ତାଙ୍କ ଫ୍ୟାନ୍ସ ଏକଦମ୍‌ ସ୍ତବ୍ଧ ହୋଇଯାଇଛନ୍ତି। ରେମୋଙ୍କର ଶୀଘ୍ର କାମନା କରୁଛନ୍ତି ତାଙ୍କ ପ୍ରଶଂସକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.